ଉତ୍ତର ଭୁବନେଶ୍ୱରରେ ଦୁଇଗୋଟି ମେଗା ‘ଜୀବନବିନ୍ଦୁ’ ରକ୍ତଦାନ ଶିବିର ଆୟୋଜନ

ଭୁବନେଶ୍ୱର : ଓଡିଶା ମୋ ପରିବାର ତରଫରୁ ମଞ୍ଚେଶ୍ୱର ଲା -ଫିଏଷ୍ଟା ମଣ୍ଡପ ଭୁବନେଶ୍ୱର ଉତ୍ତର ବିଜେଡ଼ି ସଭାପତି ସୂର୍ୟ୍ୟକାନ୍ତୀ ଜେନା ଓ ବିଜେଡ଼ି ନେତା କଞ୍ଜେଷ୍ଟର ଜେନା ଓ ଚିତ୍ତରଞ୍ଜନ ଦାସଙ୍କ ସହଯୋଗରେ ଓ ଭୁବନେଶ୍ୱର ପଳାସୁଣୀ ଦୁର୍ଗା ପୂଜା ମଣ୍ଡପ ନିକଟରେ ଜିଲ୍ଲା ଛାତ୍ର ବିଜେଡ଼ି ସମ୍ପାଦକ ସୁଶିଲ କୁମାର ପ୍ରଧାନଙ୍କ ସହଯୋଗରେ ସମାଜସେବୀ ଶ୍ରୀ ସଦାଶିବ ଜେନାଙ୍କ ଜନ୍ମଦିନ ପାଳନ ଅବସରରେ ଦୁଇ ଗୋଟି “ଜୀବନବିନ୍ଦୁ ରକ୍ତଦାନ’ ଶିବିର ଆୟୋଜନ କରାଯାଇଛି । ଏହି ଶିବିରରେ ଓଡ଼ିଶା ମୋ ପରିବାର ଅଧକ୍ଷ ଅରୁପ ପଟ୍ଟନାୟକ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟସଭା ସାଂସଦ ମୁଜିବୁଲା ଖାନ, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜୀବନ ବିନ୍ଦୁ ସଂଯୋଜକ ଡ଼ଃ ପ୍ରକାଶ ତ୍ରିପାଠୀ, ବିଜେଡ଼ି ସମ୍ପାଦକ ଅମରେଶ ଜେନା, କୁନ ବିହାରୀ ଦାସ, ସୁବାସ ପାତ୍ର,ଦୁର୍ଗା ସାମନ୍ତରାୟ, ସମୀର ପ୍ରଧାନ, ଭାରତୀ ସିଂ, ଜିଲ୍ଲା ଛାତ୍ର ସଭାପତି ସୁବାସ ସାହୁ, ସଂଖ୍ୟା ଲଘୁ ସେଲ ସାଧାରଣ ସମ୍ପାଦକ ଏମ ଡି ଶେଖର, ଫାରୁଖ ସେଖ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉତ୍ତର ନିର୍ବାଚନ ମଣ୍ଡଳୀର ସମସ୍ତ ୨୩ ପୂର୍ବତନ କର୍ପୋରେଟର, ଯୁବ ବିଜେଡ଼ି ନେତା ଅକ୍ଷୟ ସ୍ୱାଇଁ, ରାଜେଶ ମହାରଣା କ୍ଷୀରୋଦ ବଳିୟାର ସିଂ, ଭାରତ ବଳିୟାର ସିଂ, ସର୍ବଜିତ୍‌ ସାହୁ, ସାର୍ଥକପରିଡ଼ା ଓ ସ୍ଥାନୀୟ ଯୁବକ ଛାତ୍ରମାନେ ଯୋଗଦେଇ ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଦୁଇଟି ଶିବିରରୁ ଯଥାକ୍ରମେ ୪୧୦ ଓ ୯୫ ୟୁନିଟ ରକ୍ତ ସଂଗୃହୀତ ହୋଇଛି ବୋଲି ସଂଯୋଜକ ଡ଼ଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି ।

Comments (0)
Add Comment