ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଟିକାଦାନ

ଜହ୍ନାପଙ୍କ : ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବୌଦ୍ଧ ବ୍ଲକ ପରିସରରେ ଆୟୋଜିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଏମ୍‌ ରାଇଟ ଓ ପ୍ଲାନ ଇଣ୍ଡିଆର ମିଳିତ ସହଯୋଗରେ ଟିକାଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିର ରେ ୧୩୮ ଜଣରୁ ଅଧିକ ଭିନ୍ନକ୍ଷମଙ୍କୁ ଟିକା ଦିଆଯାଇଥିବା ବେଳେ ଓ କିଛି କର୍ମଚାରୀ, ଜନ ସାଧାରଣ ତୃତୀୟ ଡୋଜ୍‌ ଟିକା ନେଇଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଅଭୟ କୁମାର ଦାସ, ବୌଦ୍ଧ ବିଡିଓ ଅବିନାସ ପାଣ୍ଡିଆ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୁଝାରୀ ଓ ପ୍ଲାନ୍‌ ଇଣ୍ଡିଆର ଜିଲ୍ଲା ସଂଯୋଜକ ସଂଜିତ୍‌ କୁମାର ପଟ୍ଟନାୟକ, ବ୍ଲକ ସଂଯୋଜକ ସୁଶାନ୍ତ କୁମାର ମଣ୍ଡଳ, ଟିକା ମିତ୍ର ଦିବ୍ୟରଞ୍ଜନ ସାହୁ, ସମୀକ୍ଷା ଜେନା, ସୁଶାନ୍ତ ସେଠି, ସ୍ମୃତିରଞ୍ଜନ ପ୍ରଧାନ, ସ୍ମୃତି ରେଖା ପଟ୍ଟନାୟକ ଓ ଚିତ୍ତରଞ୍ଜନ ବେହେରା ଯୋଗ ଦେଇଥିଲେ ଓ ଏଏନ୍‌ଏମ୍‌ ଦିପ୍ତିମୟୀ ମହାକୁଡ ଓ ଡିଇଓ ପଙ୍କଜ କୁମାର ବାରିକ ଯୋଗ ଦେଇଥିଲେ ।

Comments (0)
Add Comment