ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୫ ବର୍ଷରୁ ୧୮ ବର୍ଷ ବୟସର ଛାତ୍ର ଛାତ୍ରୀ ଏବଂ ଯୁବକଯୁବତୀଙ୍କୁ କୋଭିଡ ଟିକା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀ ମାନେ ପ୍ରଦାନ କରାଯାଇଛି । ସେହିପରି ପାରଳାଖେମୁଣ୍ଡିର ଶିଶୁ ମନ୍ଦିର, ସହରର ରାଟୋରି କ୍ଳବ, ମୋହନା ପଞ୍ଚାୟତ କାର୍ଯ୍ୟାଳୟ ଚାନ୍ଦିପୁଟ, ବିକାଶ ବିଦ୍ୟା ନିକେତନ, ଶ୍ରୀ କୃଷ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହା ବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ଓମେନ୍ସ ଜୁନିୟର କଲେଜ, ମୋହନା ବ୍ଳକର ଶିକୁଳି ପଦର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡି, ମୋହନାଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଦି ସ୍ଥାନରେ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା କୋଭିଡି ଟିକା ପ୍ରଦାନ କରାଯାଇ ଥିବା ଜଣାପଡିଛି ।