ଭୁବନେଶ୍ୱର : ଚିନ୍ତାଜନକ ବିଷୟ। ଆମେ ଭାବିଥିଲୁ କୋଭିସିଲଡ଼ ପରି କିଛି ଦର ହେବ। ICMR ଦ୍ୱାରା ସ୍ୱୀକୃତି covaxin କମ ହେବ ବୋଲି ଭାବିଥିଲୁ। ହେଲେ ବହୁତ ବଢିଛି। ରାଜ୍ୟମାନଙ୍କ ସମ୍ବଳ ଉପରେ ଅଧିକ ଚାପ ପଡ଼ିବ। ରାଜ୍ୟମାନେ ନିଜ ସ୍ତରରରେ କୋବିଡ଼ ମୁକାବିଲା କରୁଛନ୍ତି। ଯେତେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅଛି, ସେଥିରେ ଯେତେ ଖର୍ଚ୍ଚ ହେଲେ ତୁରନ୍ତ ସୁଧାର ଆସିବା ସମ୍ଭବ ନୁହେଁ। ତେଣୁ କୋବିଡ଼ ଟିକା କିଣିବାରେ ଏତେ ଖର୍ଚ୍ଚ ହେଲେ, ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ହେବ କେମିତି ? ଯାହା ପାଖରେ ଟଙ୍କା ଅଛି, ସେ କିଣି ପାରିବେ। କେନ୍ଦ୍ର ସରକାର uniform rateରେ କିଣି ସମସ୍ତ ଖର୍ଚ୍ଚ ବହନ କଲେ, ରାଜ୍ୟ ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ କରିପାରିବେ। ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ ନ ପକାନ୍ତୁ ବୋଲି ସଂସାଦ ଶ୍ରୀ ଅମର ପଟ୍ଟନାୟକ କହିଛନ୍ତି ।
ଅନ୍ୟ ପକ୍ଷରେ କଣ କରୁଛନ୍ତି ମୋଦି ସରକାର ? ଲୋକଙ୍କ ଜୀବନ ସହ ଖେଳା ହେଉଛି। ଦୁଇଟି ଡୋଜ covaxin 3ହଜାରରେ କିଣିବାକୁ ପଡିବ ! ଛାତ୍ରଛାତ୍ରୀ, ଗରିବ ମଧ୍ୟବିତ୍ତ ଲୋକ କେଉଁଠୁ ଟଙ୍କା ଆଣିବେ ? ସେମାନେ ମରିଯିବେ। ତୁରନ୍ତ ଏହା ପ୍ରତ୍ୟାହାର କରାଯାଉ। ଓଡ଼ିଶା ସରକାର ବି କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରନ୍ତୁ। ମାଗଣାରେ ଟୀକା ଦିଆଯାଉ। କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ। ଏତେ ଟଙ୍କା ଦେବା ଅସମ୍ଭବ ବୋଲି ସୁର ରାଉତରାୟ କହିଛନ୍ତି ।