ବେଦାନ୍ତ ଝାରସୁଗୁଡାରେ ଅଭିନବ ମୌସୁମୀ ପ୍ରସ୍ତୁତି କେନ୍ଦ୍ରର ଉଦଘାଟନ

ଝାରସୁଗୁଡା : ଝାରସୁଗୁଡା ସ୍ଥିତି ଭାରତ ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଲିଃ ପରିସରରେ ଏକ ଅଭିନବ ମୌସୁମୀ ପ୍ରସ୍ତୁତି କେନ୍ଦ୍ରର ଉଦ୍‌ଘାଟନ ହୋଇଯାଇଛି । ଏଥିରେ ଆବଶ୍ୟକୀୟ ଗୀୟର ଏବଂ ଉପକରଣ ଯଥେଷ୍ଟ ପରିମାଣରେ ଉପଲବ୍ଧ କରାଯାଉଛି ଯାଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ଏହାର ସ୍ମେଲ୍ଟର ଏବଂ ପାୱାର ପ୍ଲାଣ୍ଟକୁ ବିପଦମୁକ୍ତ କରାଯାଇପାରିବ । ଏହି ସୁବିଧା ମାଧ୍ୟମରେ ପ୍ଲାଣ୍ଟର କୋଣ ଅନୁକୋଣରୁ ତଥ୍ୟ ସଂଗ୍ରହ କରି ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ଉପଯୋଗ କରାଯିବ । ଏଥିସହିତ ବେଦାନ୍ତର ସ୍ୱାସ୍ଥ୍ୟ, ସୁରକ୍ଷା, ପରିବେଶ ଏବଂ ସ୍ଥିରତ୍ୱ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ମୋନିଟରିଂ ଏବଂ ରିପୋର୍ଟ ବ୍ୟବସ୍ଥାକୁ ମଜଭୁତ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ବେଦାନ୍ତ ସିଇଓ ସିଏନ ସିଂ କହିଛନ୍ତି, ଏହି ମୌସୁମୀ ପ୍ରସ୍ତୁତି କେନ୍ଦ୍ର ପ୍ଲାଣ୍ଟର ସୁରକ୍ଷା ବ୍ୟବସ୍ଥାରେ ଏକନୂତନ ଯୋଗ । ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଭାବରେ ଆମେ କର୍ମକ୍ଷେତ୍ର ଏବଂ ଅଂଶୀଦାରୀମାନଙ୍କ ପାଇଁ ଆମର କାର୍ଯ୍ୟକ୍ଷେତ୍ରକୁ ସୁରକ୍ଷିତ କରିବା ଲକ୍ଷ୍ୟରେ ସ୍ୱାସ୍ଥ୍ୟ, ନିରାପତ୍ତା, ପରିବେଶ ଏବଂ ନିରନ୍ତର ପ୍ରକ୍ରିୟା ପାଇଁ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ସ୍ଥାପନ କରିଛୁ । ସର୍ବୋଚ୍ଚ ଶ୍ରେଣୀରେ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦନ କରି ଦେଶର ଗୁରୁତ୍ୱପୂର୍ଣ୍ଣ ଉତ୍ପାଦକ କ୍ଷେତ୍ରଗୁଡିକୁ ଆତ୍ମନିର୍ଭରଶୀଳ କରାଇବା ସହିତ ନିଜର ଶୂନ୍ୟ କ୍ଷତି, ଶୂନ୍ୟ ଆବର୍ଜନା, ଶୂନ୍ୟ ଡିସଚାର୍ଜ ଅପରେସନ ହେବାର ଆମର ଦୃଷ୍ଟିକୋଣକୁହୃଦୟଙ୍ଗମ କରିବା ପାଇଁ କ୍ରମାଗତ ଭାବେ ଆମର ପ୍ରକ୍ରିୟାରେ ଅଭିନବ ପ୍ରୟାସ କରୁଚୁ ।
ବେଦାନ୍ତ ଅଗ୍ନିଶମ ସେବା ସହଭାଗୀ ଆଡପ୍ରୋ ଇଂଜିନିୟରିଂ ଆଣ୍ଡ ଫାୟାର (ପି) ଲିମିଟେଡ କୁହନ୍ତି-ବେଦାନ୍ତ ଝାରସୁଗୁଡା ଅପରେସରେ ସକ୍ରିୟ ଜରୁରୀକାଳୀନ ଯୋଜନା ଏବଂ ଉଦ୍ଧାର ପ୍ରସ୍ତୁତି ପାଇଁ ଏକଉନ୍ନତ ୩୬୦ ଡିଗ୍ରୀ ଢାଞ୍ଚା ରହିଛି । କଂପାନୀର ସୁରକ୍ଷା ପ୍ରୋଟୋକଲ ଗୁଡିକ ଶ୍ରେଷ୍ଠ ଶ୍ରେଣୀରେ ଅଛି ଏବଂ ଏହାର କର୍ମଚାରୀଙ୍କ ସୁରକ୍ଷା ପ୍ରଥମ ବୋଲି ଏହାର ମନୋଭାବରେ ପ୍ରତିଫଳିତ ହୁଏ । ବେଦାନ୍ତର ଅଗ୍ନିଶମ ସେବା ସହଭାଗୀ ଭାବେ, ଆମେ ଭାରତର ସର୍ବବୃହତ ଆଲୁମିନିୟମ ସ୍ମେଲ୍ଟର ପାଇଁ ସମସ୍ତ ସୁରକ୍ଷା ନିଶ୍ଚିତ କରିବାକୁ ଏଚଏସସି ଦଳ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛୁ ।
ବେଦାନ୍ତ ଲିମିଟେଡ ଝାରସୁଗୁଡା ଭାରତର ସର୍ବବୃହତ ପ୍ରାଥମିକ ଆଲୁମିନିୟମ ଉତ୍ପାଦକ ହୋଇଥିବାବେଳେ ଏହାର ସ୍ଥାପିତ ସ୍ମେଲଟିଙ୍ଗ କ୍ଷମତା ୧.୬ ବାର୍ଷିକ ନିୟୁତ ଟନ ଅଟେ । ଏହା ଭାରତର ଏକ ମାତ୍ର ସ୍ମେଲ୍ଟର ଯାହାକି ବିଶ୍ୱର ୧ ନିୟୁତ ଟନ ପ୍ରାଥମିକ ଆଲୁନିମିନିୟମ ଉତ୍ପାଦନ ଏବଂ ରପ୍ତାନୀକାରୀ ବର୍ଗରେ ସାମିଲଅଟେ । ଆଧୁନିକ ବୈଷୟିକ ଜ୍ଞାନକୌଶଳ ସହିତ ନକାଚାର ପଦ୍ଧତି ଏବଂ ସ୍ଥାୟୀ ବିକାଶ ଢାଞ୍ଚାରେ ଅବସ୍ଥାପିତ ଏବଂ କାର୍ଯ୍ୟରତ ବେଦାନ୍ତ ଝାରସୁଗୁଡା, ଭାରତରଏକ ତୃତୀୟାଂଶ ପ୍ରାଥମିକ ଆଲୁମିନିୟମ ଉତ୍ପାଦନ କରିଥାଏ । ସୁରକ୍ଷା କ୍ଷେତ୍ରରେ ବିଶେଷ ଦୃଷ୍ଟି ଦେବା ସହିତ ଅଂଚଳର ସ୍ଥାୟୀ ସାମଗ୍ରିକ ବିକାଶ ତଥା ହିତାଧିକାରୀଙ୍କ ପାଇଁ ଉନ୍ନତି ନେଇ କଂପାନୀ ସର୍ବଦା କାର୍ଯ୍ୟରତ ରହିଆସିଛି ।

Comments (0)
Add Comment