ଭୁବନେଶ୍ୱର : ଭାରତର ଅଗ୍ରଣୀ ଆଲୁମିନିୟମ ଓ ମୂଲ୍ୟଯୁକ୍ତ ଉତ୍ପାଦ ନିର୍ମାତା ବେଦାନ୍ତ ଆଲୁମିନିୟମ ପାରଂପାରିକ ଢୋକ୍ରା, ମୁରାଲ ଓ ଆଦିବାସୀ ଚିତ୍ରକଳାକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ୧୫ ଏପ୍ରିଲ ୨୦୨୧ ବିଶ୍ୱ ସ୍ôାସ୍ଥ୍ୟ ଦିବସ ଅବସରରେ ଓଡ଼ିଶାର ଲାଞ୍ଜିଗଡ଼ରେ ପ୍ରାଚୀନ ସିନ୍ଧୁ ସଭ୍ୟତାର ମୌଳିକ ସୁନ୍ଦର କଳାକୃତି ଢୋକ୍ରା ଶିଳ୍ପର କାରିଗର ମାନଙ୍କ ପାଇଁ ଏକ ଆଡଭାନସ ପ୍ରଡକ୍ଟ ଡିଜାଇନ ଟ୍ରେନିଂ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । ଏହି ଅଂଚଳରେ ସ୍ଥାୟୀ ଜୀବୀକା ଅର୍ଜନ ଉଦ୍ଦେଶ୍ୟରେ କାରୀଗରମାନଙ୍କୁ ଉତ୍ସାହିତ କରିବା ପାଇଁ କମ୍ପାନୀ ପକ୍ଷରୁ ମଧ୍ୟ ଏକ ପ୍ରଦର୍ଶନୀ ସହ ଆଦିବାସୀ କଳା ସଂସ୍କୃତି ଉପରେ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା । ଶ୍ରୀ ଅଜୟ କପୁର, ସିଇଓ- ଆଲୁମିନିୟମ ଓ ପାୱାର ବିଜ୍ନେସ୍ ତଥା ପରିଚାଳନା ନିର୍ଦ୍ଦେଶକ- କମର୍ସିଆଲ ବେଦାନ୍ତ ଲିଃ କହିଛନ୍ତିଯେ, ଏହି ସାଂସ୍କୃତିକ କଳାକୃତି ଆମ ରାଷ୍ଟ୍ରର ଐତିହ୍ୟ । ସ୍ୱଦେଶୀ କଳାକୃତିକୁ ପ୍ରୋତ୍ସାହନ ଯୋଗାଇବା ସହ ଗ୍ରାଂମାଚଳର କାରିଗରମାନଙ୍କ ଠାରେ ରହିଥିବା ପ୍ରତିଭାର ବିକାଶ ପାଇଁ ଆମକୁ ଯତ୍ନ ନେବାକୁ ହେବ । ବେଦାନ୍ତ ସବୁବେଳେ ଏହାର ଆଖପାଖ ପରିସରରେ ରହିଥିବା ଗୋଷ୍ଠୀମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ସବୁବେଳେ ଚେଷ୍ଟା କରିଆସୁଛି । କନ୍କେରୀର ଢ଼ୋକ୍ରା କାରିଗରମାନଙ୍କ ପାଇଁ ଆମର ଏହି ପ୍ରଚେଷ୍ଟା ସେମାନଙ୍କ ପାଇଁ
ଏକ ନୂତନ ମାର୍କେଟ ସୃଷ୍ଟି କରିବ । ଫଳସ୍ୱରୂପ ଅଧିକ ବ୍ୟବସାୟ ହେବା ସହିତ ଘରୋଇ ଆୟ ବୃଦ୍ଧି ପାଇବ । ଆଜି ଆମେ ଏହି ପ୍ରକୃତିଦତ କାରିଗରମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ସହାୟତା ଯୋଗାଇବୁ ଓ ସେମାନଙ୍କ କଳାକୃତିଗୁଡ଼ିକୁ ରାଷ୍ଟ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ପ୍ଲାଟଫର୍ମରେ ସ୍ୱୀକୃତି ଦେବା ପାଇଁ ପ୍ରୋତ୍ସାହିତ କରିବୁ । କନ୍କେରୀ ଗ୍ରାମଟି ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଗଭୀର ଅରଣ୍ୟ ମଧ୍ୟରେ ଅବସ୍ଥିତ । ଏଠାରେ ଧାତୁରେ ପ୍ରସ୍ତୁତ ଢ଼ୋକ୍ରା
କଳାକୃତି ନିର୍ମାଣ କରୁଥିବା ଦକ୍ଷ କାରିଗରମାନେ ରହିଛନ୍ତି, ଓ ସେମାନେ ଭାରତରେ ପ୍ରାୟ ୪୦୦୦ ବର୍ଷ ପ୍ରାଚୀନ ଢୋକ୍ରା ପରଂପରାକୁ ଉଜ୍ଜୀବିତ କରି ରଖିଛନ୍ତି । ସେମାନଙ୍କ ମଧ୍ୟରୁ ଅଳ୍ପ କିଛି ଏହି କାର୍ଯ୍ୟକୁ ଜାରୀ ରଖିଛନ୍ତି । କେବଳ ଆଖପାଖ ଗ୍ରାମ ଓ ବଜାରରେ ବିକ୍ରି ବ୍ୟତୀତ କଳାକୃତିଗୁଡ଼ିକର ଅଧିକ ପ୍ରସାର ହେବା ସ ମ୍ଭାବନା ସେମାନଙ୍କ ପାଇଁ କମ୍ ରହୁଛି । କନ୍କେରୀ ଗ୍ରାମର ଏହି ସବୁ ସ ମ୍ଭାବ୍ୟ କାରିଗରମାନଙ୍କର ଢ଼ୋକ୍ରା କଳାକୃତିକୁ ଅଧିକ ପ୍ରସାରିତ କରିବା ଓ କାରିଗରମାନଙ୍କୁ ଦକ୍ଷ କରାଇବା ନିମନ୍ତେ ବେଦାନ୍ତ ପକ୍ଷରୁ ପାରମ୍ପରିକ ଡ଼ିଜାଇନ ଟ୍ରେଣ୍ଡ ଉପରେ ଏକ ପେଷାଦାରୀ ତାଲିମ୍ ଆୟୋଜନ କରାଯାଉଛି ଓ କଳାକୃତିଗୁଡ଼ିକୁ ବାଣିଜ୍ୟିକ ମାନ୍ୟତା ପ୍ରଦାନ କରି ବଜାର ମୂଲ୍ୟ ବୃଦ୍ଧି ପାଇଁ ସଂସ୍ଥା ପକ୍ଷରୁ ଯତ୍ନ ନିଆଯିବ । ଧାତୁ ଓ ଅନ୍ୟାନ୍ୟ କଂଚାମାଲ୍ କ୍ରୟ ପାଇଁ କମ୍ପାନୀ ପକ୍ଷରୁ ମୂଳପୁଞ୍ଜି ଯୋଗାଇ ଦିଆଯିବ ଓ ସେମାନଙ୍କ ହସ୍ତଶିଳ୍ପଗୁଡ଼ିକର ଉତମ ମୂଲ୍ୟ ପାଇବା ପାଇଁ ସେମାନଙ୍କ ନିମନ୍ତେ ପ୍ରଥମ ଥର କରି ପ୍ରଦର୍ଶନୀର ଆୟୋଜନ କରାଯିବ ।
ପ୍ରାରମ୍ଭିକ ଏହି ପ୍ରୟାସଟି ସଫଳ ହେବା ପରେ, ବେଦାନ୍ତ କାରିଗର ଗୋଷ୍ଠୀମାନଙ୍କୁ ଏକ କଂଚାମାଲ୍ ବ୍ୟାଙ୍କ ସୃଷ୍ଟି କରିବାରେ ସହାୟତା କରିବ ଯଦ୍ୱାରା ସେମାନେ ନିଜ କାର୍ଯ୍ୟକୁ ସ୍ୱଚ୍ଛନ୍ଦରେ କରିପାରିବେ । ଏଥିପାଇଁ ଏକ ସେଲ୍ଫ ହେଲ୍ପ ଗ୍ରୁପ୍ ବ୍ୟାଙ୍କ ଆକାଉଂଟ ଖୋଲାଯିବ, ଯେଉଁଥିରେ କାରିଗରମାନଙ୍କୁ ଉପଯୁକ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ପ୍ରତ୍ୟେକ ଗୃହକୁ ଗୋଟିଏ ବ୍ୟାଙ୍କ ଆକାଉଂଟ ଖୋଲିବା ପାଇଁ ସୁଯୋଗ ଦିଆଯିବ, ଯେଉଁଥିରେ ସେମାନେ କଷ୍ଟ ଉପାର୍ଜିତ ଅର୍ଥକୁ ସଂଚୟ କରିପାରିବେ ଏବଂ ସେମାନଙ୍କ ଜମା ଉପରେ ସୁଧ ଅର୍ଜନ କରିପାରିବେ । ଓଡ଼ିଶା ସରକାରଙ୍କ ସହଯୋଗରେ କାରିଗରମାନଙ୍କୁ ଏକ କାରିଗର କାର୍ଡ଼ ପ୍ରଦାନ କରାଯିବ, ଯଦ୍ୱାରା କନ୍କେରୀ ଗ୍ରାମର କାରିଗରମାନେ ନିଜର ସ୍ୱୀକୃତି ପାଇବେ ଓ ସରକାରୀ ସ୍ତରୀୟ ପ୍ରଦର୍ଶନୀଗୁଡ଼ିକରେ ଅଂଶଗ୍ରହଣ, ସାମଗ୍ରୀର ପ୍ରଦର୍ଶନ ଓ ସେମାନଙ୍କ କାର୍ଯ୍ୟକୁ ବାଣିଜ୍ୟ ଅଭିମୁଖୀ କରିପାରିବେ ।