ଭିଜିଲାନ୍ସ ଜାଲରେ ବିଏମ୍‌ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ। ବିଏମ୍‌ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଏହି ଚଢ଼ାଉ ହୋଇଛି। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ କରିଛି ଭିଜିଲାନ୍ସ।

ଭୁବନେଶ୍ୱର ବଡ଼ଗଡ଼ ବ୍ରିଟ କଲୋନୀ ଘରେ ଚଢ଼ାଉ ହୋଇଥିବା ବେଳେ ୪ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସର ୨ ଜଣ ଏସ୍‌ପିଙ୍କ ସମେତ ୧୦ ଅଧିକାରୀ ସାମିଲ ଅଛନ୍ତି।

Comments (0)
Add Comment