ରାଜ୍ୟ ଶିକ୍ଷକ ମହାସଙ୍ଘ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ ହେଲେ ବିଜୟ ମିଶ୍ର

ମୁନିଗୁଡା : ରବିବାର ଭୁବନେଶ୍ଵର ଠାରେ ଅନୁଷ୍ଠିତ ହୋଇଥିବା ପ୍ରାଥମିକ ଶିକ୍ଷକ(ଏକ୍ଟ କ୍ୟାଡ଼ର )ମହାସଙ୍ଘର ପୁର୍ନଗଠିତ ହୋଇଯାଇଛି I ଉକ୍ତ ବୈଠକରେ ଅମ୍ବାଦଳା ଅଞ୍ଚଳର ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ ବିଜୟ କୁମାର ମିଶ୍ର ରାଜ୍ୟ ପ୍ରାଥମିକ ଏକ୍ସ- କ୍ୟାଡ଼ର ଶିକ୍ଷକ ମହାସଙ୍ଘର କାର୍ଯ୍ୟକାରୀ ସଭାପତି ଭାବେ ମନୋନିତ ହୋଇଛନ୍ତି I ଭୁବନେଶ୍ବର ଠାରେ ହୋଇଥିବା ରାଜ୍ୟ ପ୍ରାଥମିକ ଏକ୍ସ-କ୍ୟାଡର ଶିକ୍ଷକ ମହାସଙ୍ଘ ବୈଠକରେ ଏହି ନିଷ୍ପତି ନିଆଯାଇଥିବା ବେଳେ ଶିକ୍ଷକ ଶ୍ରୀ ମିଶ୍ର ଦୀର୍ଘ ବର୍ଷ ଧରି ସଫଳତାର ସହ ରାଜ୍ୟ ଶିକ୍ଷକ ସଙ୍ଘର କୋଷାଧ୍ୟକ୍ଷ ମହିତ ରାୟଗଡ ଜିଲ୍ଲା ସଙ୍ଘର ସଭାପତି ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ। ଶ୍ରୀ ମିଶ୍ର ଏହି ଦାୟିତ୍ବ ପାଇବା ପରେ ଜିଲ୍ଲା ଏକ୍ସ-କ୍ୟାଡର ଶିକ୍ଷକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ ଶିକ୍ଷକ ସଙ୍ଘ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି I ଦୀର୍ଘ ୨୨ ବର୍ଷର ସଂଗ୍ରାମରେ ଶିକ୍ଷକମାନଙ୍କ ସଫଳତାର ଶ୍ରେୟ ରାଜ୍ୟ ସଙ୍ଘର କର୍ମକର୍ତ୍ତାଙ୍କ ସମେତ ଶ୍ରୀ ମିଶ୍ରଙ୍କ ଯଥେଷ୍ଟ ଅବଦାନ ଥିବା ଶିକ୍ଷକ ମହଲରେ ଆଲୋଚନା ହେଉଛି। ଏହି ପଦବି ପାଇବା ପରେ ଆଗାମୀ ଦିନରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କ୍ୟାଡ଼ରଭୁକ୍ତ କରିବା ପାଇଁ ପ୍ରୟାସ ରାଜ୍ୟ ସଙ୍ଘର ପ୍ରାଥମିକତା ହେବ ବୋଲି ଶ୍ରୀ ମିଶ୍ର ପ୍ରକାଶ କହିଛନ୍ତି। ତେବେ ଅମ୍ବାଦଳା ଅଞ୍ଚଳ ବାସି ଶିକ୍ଷକ ଶ୍ରି ମିଶ୍ରଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି।

Comments (0)
Add Comment