ଭିମସାର ମେଡିସିନ ୱାର୍ଡରେ ଜଣଙ୍କ କୋଭିଡ ଲକ୍ଷଣରୁ ଉତ୍ତେଜନା

ସମ୍ବଲପୁର: ବୁର୍ଲାସ୍ଥିତ ଭିମସାର ହସ୍ପିଟାଲର ମେଡିସିନ ୱାର୍ଡରେ ଜଣେ ରୋଗୀର କୋଭିଡ ଲକ୍ଷଣ ଦେଖାଯିବାରୁ ସେଠାରେ ସାମାନ୍ୟ ଉତ୍ତେଜନା ଦେଖାଦେଇଛି । ଏହି ୪୫ ବର୍ଷୀୟ ମହିଳା ରୋଗୀ ଜଣକ ବିଷକ୍ରିୟାରୁ ଗମ୍ଭୀର ଅବସ୍ଥାରେ ପ୍ରଥମେ ଆଶୁଚିକିତ୍ସା ପରେ ମେଡିସିନ ୱାର୍ଡରେ ଭର୍ତ୍ତି ହୋଇଥିଲେ । ତାଙ୍କ ଚିକିତ୍ସାରତ ଡାକ୍ତର କିଛି ଲକ୍ଷଣ ଦେଖି ସନ୍ଦେହ କଲେ ଓ ତାଙ୍କର ସ୍ୱାବ ଓ ରକ୍ତନମୁନା ପରୀକ୍ଷା ପାଇଁ ପଠାଇଥିବା ଜଣାପଡିଛି । ବ୍ୟଗ୍ରତାର ସହିତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଯଦି ରିପୋର୍ଟ ପଜିଟିଭ ଆସିଲା ତାହାଲେ ତାଙ୍କ ଚିକିତ୍ସାରେ ଥିବା ଡାକ୍ତର ଓ ନର୍ସ, ଆଟେଣ୍ଡାଣ୍ଟ ଓ ସେବିକାମାନଙ୍କୁ ୧୪ଦିନ ଆଇସୋଲେସନରେ ରଖି ସେମାନଙ୍କ ଅନୁଧ୍ୟାନ କରିବାକୁ ପଡିବ । ଏଣୁ ଏହାସହିତ ଜଡିତ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।

Comments (0)
Add Comment