ଭୋଟର ତାଲିକାରୁ ୧୦୦ଜଣଙ୍କ ନାମ ବାଦ ; ପଡିସାହି ଭୋଟ କେନ୍ଦ୍ରରେ ଉତ୍ତେଜନା, ହୋଇପାରିଲାନି ମତଦାନ

ଟିକାବାଲି:ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ପଞ୍ଚାୟତର ୱାର୍ଡ ନଂ ୨ ପଡିସାହି ଭୋଟ କେନ୍ଦ୍ରରେ ଆଜି ଲୋକଙ୍କ ପ୍ରତିବାଦ ଯୋଗୁଁ ଭୋଟ ଗ୍ରହଣ ହୋଇପାରିନଥିବା ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନାନୁସାରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଟିକାବାଲି ବ୍ଲକରେ ଅନୁଷ୍ଠିତ ହୋଇଥିଲା । ପାବୁରିଆ ପଞ୍ଚାୟତର ୱାର୍ଡ ନଂ ୨ ପଡିସାହିରେ ଏକ ବୁଥରେ ଭୋଟ କେନ୍ଦ୍ର ଆୟୋଜନ କରାଯାଇଥିଲା । ହେଲେ ଆଜି ଭୋଟଦାନ ଆରମ୍ଭ ବେଳକୁ ଭୋଟର ଲିଷ୍ଟରେ ନାମ ନଥିବା ପ୍ରତିବାଦରେ ଶହଶହ ପୁରୁଷ ମହିଳା ଭୋଟ କେନ୍ଦ୍ର ସମ୍ମୁଖରେ ପ୍ରତିବାଦ କରିବା ଯୋଗୁଁ ଉକ୍ତ ଭୋଟ କେନ୍ଦ୍ରରେ ଭୋଟ ଗ୍ରହଣ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ତିନି ଗୋଟି ସାହିକୁ ନେଇ ୱାର୍ଡ ନଂ୨ ଗଠିତ ହୋଇଥିବା ବେଳେ ମୁଣ୍ଡା ସାହିର ଏକ ଶହରୁ ଉର୍ଦ୍ଧ୍ୱ ଲୋକଙ୍କ ନାମ ଭୋଟର ତାଲିକାରୁ ବାଦ ପଡିଥିବା ଜାଣିବା ପରେ ସମସ୍ତ ପୁରୁଷ ମହିଳା ଭୋଟ କେନ୍ଦ୍ର ସମ୍ମୁଖରେ ପ୍ରତିବାଦ କରିବା ଯୋଗୁଁ ଭୋଟ ଗ୍ରହଣ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଆଶ୍ଚର୍ଯ୍ୟର କଥା ଏତେ ସଂଖ୍ୟାରେ ଲୋକଙ୍କ ନାମ ଭୋଟର ତାଲିକାରୁ ବାଦ ପଡିବା ଏବଂ ପ୍ରଶାସନିକ ଅଧିକାରୀ ମାନେ ଆଜି ପର୍ଯ୍ୟନ୍ତ ଜାଣି ପାରିଲେ ନାହିଁ କେମିତି?ଭୋଟ ଦେବା ସମସ୍ତଙ୍କ ଅଧିକାର ଥିବା ବେଳେ ମୁଣ୍ଡା ସାହି ଲୋକଙ୍କ ଏହି ଅଧିକାରକୁ ପ୍ରଶାସନର ଭୁଲ ଯୋଗୁଁ ଭୋଟ ଦେବାରୁ ବଞ୍ଚିତ ହୋଇ ପ୍ରତିବାଦ କରିବାକୁ ପଡିଲା ।

Comments (0)
Add Comment