ଭିମସାର ନିର୍ଦ୍ଦେଶକ ପାଇଁ ମଇଦାନରେ ୫ଜଣ ଆଶାୟୀ

ସମ୍ବଲପୁର: ଦୀର୍ଘ ପ୍ରତୀକ୍ଷା ପରେ ସ୍ଥାନୀୟ ବୁର୍ଲାସ୍ଥିତ ଭିମସାରରେ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ଆଶା ଉଜ୍ଜ୍ୱଳ ହୋଇଛି । ଆସନ୍ତାକାଲି ଏଥିପାଇ ଇଣ୍ଟରଭ୍ୟୁ ହେବା ବିଷୟରେ ସୂଚନା ମିଳୁଛି । ମର୍ଯ୍ୟାଦାସଂପନ୍ନ ଏହିପଦ ପାଇଁ ୫ଜଣ ଆଶାୟୀ ମଇଦାନରେ ଅଛନ୍ତି । ଏହି ପଦ ପୂରଣ ଫଳରେ ବର୍ତ୍ତମାନ ଭିମସାରର ସ୍ଥାଣୁ ଅବସ୍ଥା ସୁଧୁରିବା ପାଇଁ ବାଟ ଫିଟବ ବୋଲି ଆଶା କରାଯାଉଛି । ସ୍ଥାୟୀ ନିର୍ଦ୍ଦେଶକ ପାଇଁ କେହି ଆଗ୍ରହୀ ନଥିବାରୁ ଏପର୍ଯ୍ୟନ୍ତ ପ୍ରଭାରୀ ନିର୍ଦ୍ଦେଶକ ବଳରେ ଏହାର ପରିଚାଳନା କରାଯାଉଛି ଏଥିପାଇଁ ଅପେକ୍ଷିତ କ୍ଷମତା ଅଭାବରେ ଭିମସାର ଅବନତି ଆଡକୁ ଯାଉଥିଲା । ଏହାର ପ୍ରଥମ ନିର୍ଦ୍ଦେଶକ ରୂପେ ପ୍ରଫେସର ଅଶ୍ୱିନୀ ପୂଜାରୀ ନିଯୁକ୍ତି ପରେ ଏହାର ଅବସ୍ଥାରେ ଅନେକ ଉନ୍ନତି ହୋଇପାରିଥିଲା କିନ୍ତୁ ବିଭିନ୍ନ ବିବାଦରେ ଛନ୍ଦିହୋଇ ତାଙ୍କୁ ଶେଷରେ ଇସ୍ତଫା ଦେବାକୁ ପଡିଥିଲା । ତାଙ୍କ ପରେ କୌଣସି ରକମରେ କାମ ଚଳାଇବାପାଇଁ ଗୋଟିଏ ପରେ ଗୋଟିଏ ଦୁଇଜଣ କାର୍ଯ୍ୟକାରୀ ନିର୍ଦ୍ଦେଶକ ନିଯୁକ୍ତ ହେଲେ କିନ୍ତୁ ତାଙ୍କଠାରୁ ଫଳ ହାସଲ ହୋଇପାରିନଥିଲା । ପୁଣି ନିର୍ଦ୍ଦେଶକ ପଦପାଇଁ ଧାର୍ଯ୍ୟ ଅଳ୍ପ ବେତନ ଓ ଅନ୍ୟାନ୍ୟ ବିସଙ୍ଗତି ଗୁଡିକ ଦୂର କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩ଜଣ ପ୍ରଫେସର ମନୋଜ ମହାପାତ୍ର, ପ୍ରଫେସର ଲଳିତ ମେହେର ଓ କିଶୋର ବେହେରା ଆବେଦନ କରିଥିଲେ । ପରେ ଦ୍ୱିତୀୟ ପର୍କ୍ୟାୟରେ ପ୍ରଫେସର ଅକ୍ଷୟ ସାମଲ ଓ ପ୍ରଫେସର କ୍ଷୀରୋଦ ମିଶ୍ର ମଧ୍ୟ ଏହି ଦୌଡରେ ସାମିଲ ହୋଇଛନ୍ତି । ଏପର୍ଯ୍ୟନ୍ତ ପ୍ରଭାରୀ ନିର୍ଦ୍ଦେଶକ ଭାବେ ପ୍ରଫେସର ବର୍ଷା ଟୁଡୁ ଏହାର ଦାୟିତ୍ୱ ତୁଲାଇ ଆସୁଛନ୍ତି ।

Comments (0)
Add Comment