ଧୋଇନେଲା ଅସ୍ଥାୟୀ ପୋଲ

ହରଭଙ୍ଗା : ଲଗାଣ ବର୍ଷାରେ ବୌଦ୍ଧ ଜିଲ୍ଲା ଧଳପୁର-ହରଭଙ୍ଗା ଜଗନ୍ନାଥ ସଡ଼କରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି l ଏଭଳି ସମସ୍ୟା ଦେଖିବାକୁ ମିଳିଛି ଉକ୍ତ ରାସ୍ତାର ସାକୁସିଙ୍ଗା ନାଳ ଉପରେ l ସୂଚନା ଅନୁଯାଇ ରାସ୍ତାର ଉନ୍ନତି କରଣ ପାଇଁ ନାଳ ଉପରେ ନୂତନ ସେତୁ ନିର୍ମାଣ କାର୍ଯ୍ୟ ଚାଲୁରହିଛି l କିନ୍ତୁ ଲୋକଙ୍କ ଯାତାୟାତ ପାଇଁ ବାଇପାସ ରାସ୍ତା ନିର୍ମାଣ ପାଇଁ ହୋମପାଇପ ପକାଇ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା l କିନ୍ତୁ ଠିକାଦାରଙ୍କ ମନମୁଖୀ ଓ ନିମ୍ନ ମାନର କାମ ଯୋଗୁଁ ଅସ୍ଥାୟୀ ରାସ୍ତା ଶୋଚନୀୟ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l ଅସରାଏ ବର୍ଷାରେ ଧୋଇ ନେଇଛି ଉଭୟ କୂଳର ମାଟି ମୋରୁମ l ଯାହାକି ରାସ୍ତାରେ ଯାଉଥିବା ଲୋକଙ୍କ ଯାତାୟାତ ଏକ ପ୍ରକାର ଠପ ହୋଇଯାଇଛି l ଉକ୍ତ ରାସ୍ତାରେ ଦୈନିକ ଯାତ୍ରୀବାହିବସ ଏବଂ ଅନୁଗୋଳରୁ ଫୁଲବାଣୀ ସହ ସହ କୋଇଲା ବୋଝେଇ ଭାରି ଟ୍ରକ ଯିବା ଆସିବା କରୁଥିବା ବେଳେ ବର୍ତ୍ତମାନ ରାସ୍ତା ଧୋଇନେବାରୁ ଯାତାୟାତରେ ବାଧା ସୃଷ୍ଟି ଦେଖା ଯାଇଛି l ତୁରନ୍ତ ବିଭାଗୀୟ କତୃପକ୍ଷ ଦୃଷ୍ଟି ଦେଇ ରାସ୍ତାର ଉନ୍ନତି କରଣ କରିବାକୁ ଦାବି ହେଉଛି l

Comments (0)
Add Comment