ରୋଜାଲିନ ପାଟ୍ଟଶାଣୀ ମିଶ୍ର WEDO ର ଭାରତ ପାଇଁ ଆମ୍ବାସଡର ମନୋନୀତ

ଭୁବନେଶ୍ୱର : ପରିଚୟ ଫାଉଣ୍ଡେସନ ର ପ୍ରତିଷ୍ଠାତା ସଭାପତି ତଥା ବିଶିଷ୍ଟ ସମାଜସେବୀ ଡ଼. ରୋଜାଲିନ ପାଟ୍ଟଶାଣୀ ମିଶ୍ର ଆନ୍ତର୍ଜାତିକ ସଂସ୍ଥା W E D O ( Women’s Environment Development Organisation ) ର ଭାରତ ପାଇଁ ଆମ୍ବାସଡର ମନୋନୀତ ହୋଇଛନ୍ତି l ଆନ୍ତର୍ଜାତିକ ଜାତିସଙ୍ଘ ଦ୍ୱାରା ସ୍ୱୀକୃତ ତଥା ବିଶ୍ୱର 144 ଦେଶରେ ପରିବ୍ୟାପ୍ତ ଉକ୍ତ ସଂସ୍ଥା ମହିଳା ମାନଙ୍କ ମାଧ୍ୟମରେ ସାମାଜିକ, ଆର୍ଥିକ ଓ ଶୈକ୍ଷିକ ବିକାଶ ପାଇଁ କାମ କରୁଛନ୍ତି l ନ୍ୟୁୟର୍କ ରେ ଅବସ୍ଥାପିତ ଉକ୍ତ ସଂସ୍ଥାର ପ୍ରତିଷ୍ଠାତା ମୁଖ୍ୟ ୱେଣ୍ଡି ଡାଇମଣ୍ଡ ଅଛନ୍ତି l ଉକ୍ତ ସଂସ୍ଥାରେ ଏସିଆ ମୁଖ୍ୟ ଡ.ନିଶା କୋହିଲି ଙ୍କ ସହ ଡ଼. ରୋଜାଲିନ ପାଟ୍ଟଶାଣୀ ମିଶ୍ର ମହିଳା ମାନଙ୍କ ବିକାଶ ପାଇଁ ଭାରତ ମୁଖ୍ୟ ଭାବେ କାର୍ଯ୍ୟ କରିବେ l ପ୍ରକାଶ ଥାଉକି ପରିଚୟ ଫାଉଣ୍ଡେସନ ଜରିଆରେ ଡ଼. ମିଶ୍ର ଦୀର୍ଘ ପନ୍ଦର ବର୍ଷ ଧରି ଭାରତ ର ବିଭିନ୍ନ ପ୍ରାନ୍ତରେ ମହିଳା ମାନଙ୍କ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିଥିବାରୁ ଏହି ପ୍ରଖ୍ୟାତ ଆନ୍ତର୍ଜାତିକ ସଂସ୍ଥାର ଦୃଷ୍ଟି ଗୋଚର ହୋଇଥିଲେ l ଭାରତ ପାଇଁ ଆମ୍ବାସଡର ମନୋନୀତ ହୋଇଛନ୍ତି l ଆନ୍ତର୍ଜାତିକ ଜାତିସଙ୍ଘ ଦ୍ୱାରା ସ୍ୱୀକୃତ ତଥା ବିଶ୍ୱର 144 ଦେଶରେ ପରିବ୍ୟାପ୍ତ ଉକ୍ତ ସଂସ୍ଥା ଅଢେଇ କୋଟି ମହିଳା ମାନଙ୍କ ମାଧ୍ୟମରେ ସାମାଜିକ, ଆର୍ଥିକ ଓ ଶୈକ୍ଷିକ ବିକାଶ ପାଇଁ କାମ କରୁଛନ୍ତି l ନ୍ୟୁୟର୍କ ରେ ଅବସ୍ଥାପିତ ଉକ୍ତ ସଂସ୍ଥାର ପ୍ରତିଷ୍ଠାତା ମୁଖ୍ୟ ୱେଣ୍ଡି ଡାଇମଣ୍ଡ ଅଛନ୍ତି l ଉକ୍ତ ସଂସ୍ଥାରେ ଏସିଆ ମୁଖ୍ୟ ଡ.ନିଶା କୋହିଲି ଙ୍କ ସହ ଡ଼. ରୋଜାଲିନ ପାଟ୍ଟଶାଣୀ ମିଶ୍ର ମହିଳା ମାନଙ୍କ ବିକାଶ ପାଇଁ ଭାରତ ମୁଖ୍ୟ ଭାବେ କାର୍ଯ୍ୟ କରିବେ l ପ୍ରକାଶ ଥାଉକି ପରିଚୟ ଫାଉଣ୍ଡେସନ ଜରିଆରେ ଡ଼. ମିଶ୍ର ଦୀର୍ଘ ପନ୍ଦର ବର୍ଷ ଧରି ଭାରତ ର ବିଭିନ୍ନ ପ୍ରାନ୍ତରେ ମହିଳା ମାନଙ୍କ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିଥିବାରୁ ଏହି ପ୍ରଖ୍ୟାତ ଆନ୍ତର୍ଜାତିକ ସଂସ୍ଥାର ଦୃଷ୍ଟି ଗୋଚର ହୋଇଥିଲେ l

Comments (0)
Add Comment