କେବେ ହବ ରାସ୍ତା ନୂଆଗାଁ ଷ୍ଟେସନ

ନୟାଗଡ଼ଜିଲା : (ନୂଆଗାଁ ) କେବେ ହବ ନୂଆଗାଁ ଷ୍ଟେସନକୁ ରାସ୍ତ। ? ସୂଚନା ଥାଉ କି ଭାରତୀୟ ରେଳ ବିଭାଗ ଆନୁକୁଲ୍ୟ ରେ ଦୀର୍ଘ ବର୍ଷର ସ୍ଵପ୍ନ ସାକାର ସ୍ୱରୂପ ନୂଆଗାଁରେ ରେଳ ସଂଯୋଗ ଫଳପ୍ରଦ ହେଇଛି । ପ୍ରତ୍ୟକ ଦିନ ସହ ସହ ଯାତ୍ରୀ ରେଳ ଦ୍ଵାରା ଭୁବନେଶ୍ୱର, ପୁରୀ ଯାତାୟାତ କରନ୍ତି। ନୂଆଗାଁ ରେଳ ଷ୍ଟେସନ ନିର୍ମାଣ ହେବାର ୨ ବର୍ଷ ବୀତି ଯାଇଥିଲେ ମଧ୍ୟ ରେଳ ଷ୍ଟେସନକୁ ସଞ୍ଜୋଗ କରୁଥିବା ମୁଖ୍ୟ ରାସ୍ତା ବିକଳାଙ୍ଗ ଅବସ୍ଥ। ରେ ପଡିଛି । ଶୁଖିଲା ପାଗ ରେ ଯାତାୟତ କରିବା ସାମାନ୍ଯ ହୋଇଥିଲେ ମଧ୍ୟ ବର୍ଷI ପାଗ ଆରମ୍ଭ ହୋଇଗଲେ ତାହାର ଅବସ୍ଥା ଦେଖିଲେ ଛାତି ଫାଟିଜୀବ। ଜାତୀୟ ରାଜପଥ ୫୭ ମୁଦୁରଙ୍କ ଗ୍ରାମ ନିକଟ ରେ ବାମ ପାର୍ଶ୍ଵ ରୁ ଆକର୍ଷିତ ନୂଆଗାଁ ରେଳ ଷ୍ଟେସନକୁ ପଡିଅଛି । ଦୀର୍ଘ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଆହି ରାସ୍ତା କଣ ପାଇଁ ନିର୍ମାଣ ହେଉନାହିଁ ଜନ ସାଧାରଣ ଆଲୋଚନା କରୁଛନ୍ତି। ଏହି ରାସ୍ତା ନିର୍ମାଣ ରେ କାହାର ଅପାରଗତ ଅଛି ଯଦ୍ୱାରା କି ରାସ୍ତା ନିର୍ମାଣରେ ବାଧ୍ୟକ ହେଇଉଛି ଆଲୋଚନା ହେଉଅଛି । ରାସ୍ତାଟି ସଠିକ ଭାବେ ନିର୍ମାଣ ହେଇନଥିବାରୁ ଜନସାଧାରଣଙ୍କ ଗମନାଗମନ ରେ ଅସୁବିଧା ହେବା ସହିତ ଦୁର୍ଘଟଣା ହେବାର ମଧ୍ୟ ଦେଖିବାକୁ ମିଳୁଛି । ଜନସାଧାରଣଙ୍କ ମନ ରେ ପ୍ରଶ୍ନ ଉଙ୍କି ମରୁଛି କେବେ ସାରିବା ଏହି ରାସ୍ତା ନିର୍ମାଣ କାର୍ଯ୍ୟ ? ରେଳବାୟ ବିଭଗା କୁ ପଚାରିବାରୁ ସେମାନେ କହିଥିଲେ ସେମାନଙ୍କ ପକ୍ଷ ରୁ କୌଣସି ଅସୁବିଧା ନାହିଁ । ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲେ ମଧ୍ୟ ରାସ୍ତା ନିର୍ମାଣ ହୋଇପାରୁନାହିଁ କାରଣ ସେହି ରାସ୍ତା ମୁଦୁରଣକ ଗ୍ରାମ ନିକଟ ଦେଇଯାଉଥିବାରୁ କିଛି ଲୋକ ସେହି ରାସ୍ତା କୁ ଅକ୍ତିଆରରେ ରଖୀ ରାସ୍ତା ଛାଡୁନାହାନ୍ତି । ଯଦ୍ୱାରାକି ରାସ୍ତା ନିର୍ମାଣରେ ବIଧI ଉପୁଜୁଛି । ସ୍ଥାନୀୟ ରାଜସ୍ୱ ବିଭାଗ ଉକ୍ତ ଘାଟଣାକୁ ତନଦାନ୍ତ କଲେ ରାସ୍ତା ନିର୍ମାଣ କାର୍ଯ୍ୟ ଶୀଘ୍ର ହେବ ବୋଲି ସ୍ଥାନୀୟ ଲୋକ ଆଲୋଚନା କରୁଛନ୍ତି ।

Comments (0)
Add Comment