ମହାନଦୀର କୁମ୍ଭୀରକୁ ନେଇ ବନ୍ୟପ୍ରାଣୀ ବନ୍ୟାଞ୍ଚଳ ପକ୍ଷରୁ ସଚେତନତା

ହରଭଙ୍ଗା : ଚଳିତ ବର୍ଷ ବନ୍ୟା ପରିସ୍ଥିତିକୁ ଆଖିଆଗରେ ରଖି ବନ୍ୟପ୍ରାଣୀ ବନାଞ୍ଚଳ ନୟାଗଡ଼ ଡିଭିଜନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ରେଞ୍ଜ ପକ୍ଷରୁ ବୁଧବାରଦିନ ଜଳଚର ସିଂଶ୍ରପ୍ରାଣୀ କୁମ୍ଭୀର ଦାଉରୁ ରକ୍ଷା ପାଇବା ପାଇଁ ବିଭାଗ ପକ୍ଷରୁ ଆଜି ସତର୍କ ସୂଚନା ଦିଆଯାଇଛି l ସlତକୋଶିଆ ଅଭୟାରଣ୍ୟ ଜିଲ୍ଲାର ହରଭଙ୍ଗା ବ୍ଲକର ଶେଷ ଭାଗ ଓ ନୟାଗଡ ଜିଲ୍ଲା ସହିତ ମିଶି ରହିଥିବା ବେଳେ ଏହି ଗଣ୍ଡରେ କୁମ୍ଭୀର ପାଇଁ ପ୍ରତିକୂଳ ପରିବେଶ ସହିତ ଚଳିତ ବର୍ଷ ଗମ୍ଭୀଆ କୁମ୍ଭୀର 35ଟି ଅଣ୍ଡା ଦେଇ ସମସ୍ତ ଅଣ୍ଡାରୁ ସୁସ୍ଥ କୁମ୍ଭୀର ଶାବକ ଜନ୍ମ ନେଇଥିଲେ ଓ ଆଜି ପର୍ଯ୍ୟନ୍ତ ସିସି ଟିଭି ଓ ବାଇନକୁଲାରରେ ଶବଳଥିବା ଜଣା ପଡିଛି l ତେଣୁ ମହାନଦୀରେ ପ୍ରଥମ ବନ୍ୟାପାଣି ଆସିଲେ ଏହି କୁମ୍ଭୀର ପ୍ରଜାତି ନଦୀର ଉପର ମୁଁହା ହେବା ସହିତ କୂଳ ମୁଁହା ହେବେ l ତେଣୁ ଏହି ସମୟରେ ନଦୀରେ ଗୁଳିଆ ପାଣି ପ୍ରବାହିତ ହେଉଥିବାରୁ ପାଣିରେ କୁମ୍ଭୀରର ଗତିବିଧି ଲକ୍ଷ୍ୟ କରି ନପାରି ମନୁଷ୍ୟ ସହିତ ଗୃହ ପାଳିତପଶୁ ନଦୀ କୂଳକୁ ଆସିଲେ କୁମ୍ଭୀରର ଶିକାର ହେବାକୁ ପଡିଥାଏ l ଏହାକୁ ଦୃଷ୍ଟିରେ ରଖି ରେଞ୍ଜ ଅଧିକାରୀ ସଂସାର ବର୍ଗିଆଙ୍କ ତତ୍ୱାବଧାନରେ ବନପାଳ ପ୍ରଶାନ୍ତ ଗୁରୁ, ରାଜ ଶତପଥି, ଅନ୍ତର୍ଯ୍ୟାମୀ ଯାନୀ, ବିଷ୍ଣୁ ପ୍ରିୟା ଦେଇ, ସିନିବାସ କହଁର, ଗୋବିନ୍ଦ ମହାକୁଡ଼ଙ୍କ ସମେତ ସ୍କ୍ୱାର୍ଡ କର୍ମଚାରୀ ସମୂହ ଡାକବାଜି ଯନ୍ତ୍ର ମଧ୍ୟମରେ ଉକ୍ତ ରେଞ୍ଜ ଅଧିନସ୍ଥ ମlରଡ଼ା, କୁମାରୀ, ଅତଳସରା ଗ୍ରାମ ଆଦି ମହାନଦୀ କୁଳିଆ ଅଞ୍ଚଳ ସାଧାରଣ ଜନତା ଓ ଗୃହ ପାଳିତପଶୁ ନଦୀ କୂଳକୁ ନଯିବା ପାଇଁ ସଚେତନତା କରିଥିଲେ l

Comments (0)
Add Comment