ଯାଜପୁର ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟସ୍ଥ ଯାଜପୁର ଗ୍ରାମରେ ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ଅତି ଆଡ଼ମ୍ବର ସହ ଅଷ୍ଟପ୍ରହରୀ ଆରମ୍ଭ ହୋଇଯାଇଛି ଏହି ଅଷ୍ଟପ୍ରହରୀରେ ଗ୍ରାମର ସମସ୍ତ ଜନସାଧାରଣଙ୍କ ମିଳିତ ସହଯୋଗରେ ଗ୍ରାମର ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ପୂଜା କରାଯାଇଛି ।
ଆଜି ପ୍ରାତଃ ପାଞ୍ଚ ଘଣ୍ଟିଆ ସମୟରେ ସଂକୀର୍ତ୍ତନ ସହ ମହେନ୍ଦ୍ର ତନେୟା ନଦୀରୁ ପାଣି ଅଣା ଗଲା ପରେ ତ୍ରିନାଥ ମଣ୍ଡପ ଠାରେ ପୂଜା ଅର୍ଚ୍ଚନା କରାଯାଉଛି । ଏଠାରେ ୪୮ ଘଣ୍ଟା ନାମ ସଂକୀର୍ତ୍ତନ ସହ ହରେକୃଷ୍ଣ ହରେ ରାମନାମ ଜପ କରି ହୋମ ପୂଜା କରାଯାଏ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଓ ମହନ୍ତ ଯୋଗ ଦେଇଥିଲେ । ରାତ୍ରୀ ସମୟରେ ଗ୍ରାମବାସୀଙ୍କ ତରଫରୁ ଅନ୍ନ ପ୍ରସା ର ଆୟୋଜନ କରାଯାଇଥିଲା । ଭକ୍ତମାନେ ଆନନ୍ଦର ସହିତ ଅନ୍ନ ପ୍ରସାଦ ଗ୍ରହଣ କରିଥିଲେ ।

Comments (0)
Add Comment