ସୋନପୁର : କେବିକେ ପ୍ରତି ସବୁବେଳେ ବୈମାତୃକ ମନୋଭାବ ପ୍ରଦର୍ଶନ କରିଯାଉଛି। ବିଗତ କଂଗ୍ରେସ ସରକାର ସମୟରେ ଚିର ଅବହେଳିତ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ରାଜ୍ୟର ୮ଟି ଜିଲ୍ଲା କୋରାପୁଟ, ନବରଙ୍ଗପୁର, ରାୟଗଡା, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, ବଲାଙ୍ଗୀର ଓ ସୋନପୁର କୁ ନେଇ କେବିକେ ଅଞ୍ଚଳର ଘୋଷଣା କରିଯାଇଥିଲା।ଚିର ଅବହେଳିତ ଓ ଆର୍ଥିକ ଅନଗ୍ରସର ଥିବା ଏ ଅଞ୍ଚଳର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ କ୍ଷେତ୍ରରେ ଵିକାଶତଥା ଏ ଅଞ୍ଚଳ ର ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ଆବଶ୍ୟକତା ର ପୂରଣ ପାଇଁ ଆରମ୍ଭ ହୋଇଥିବା ଏ ବିକାଶ ଆଜି ବାସ୍ତବ କ୍ଷେତ୍ରରେ ଏକ ସ୍ୱପ୍ନ ହୋଇଯାଇଛି।ସ୍ୱାସ୍ଥ୍ୟ ସମସ୍ୟା ଏଖ ଜଟିଳ ସ୍ଥିତି ଦେଈ ଗତି କରୁଛି। ବିଶେଷ ଭାବରେ ଏଅଞ୍ଚଳରେ ପ୍ରତିଜିଲ୍ଲାରେ ଶହଶହ ଡାକ୍ତର ପଦବୀ ପୂରଣ ନହୋଇ ପଡ଼ି ରହିଛି । ଖୋଦ ଜିଲ୍ଲା ସଦର ର ମୁଖ୍ୟ ଡ଼ାକ୍ତରଖାନାରେ ହେଉ ଅବା ମେଡ଼ିକାଲ କଲେଜ ସବୁଠି ଡ଼ାକ୍ତର ତଥା ବିଶେଷଜ୍ଞ ଡାକ୍ତର ଙ୍କ ଘୋର ଅଭାବ ରହିଛି ତେଣେ ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳର କଥା ଦୁରୁହ ବ୍ୟାପାର ପାଲଟିଛି।ଏପରିକି ଏ ଅଞ୍ଚଳରେ ଥିବା ଅନେକ ଡାକ୍ତର ଙ୍କୁ ଡେପୁଟେସନରେ ଅନ୍ୟ ସ୍ଥାନକୁ ପଠାଇଦିଆଯାଇଛି ଯାହା କି ଶିଘ୍ର ବାତିଲ କରାଯାଇ ଏ ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ ସରକାର ଧ୍ୟାନ ଦେବାକୁ ଆଜି ସୁବର୍ଣ୍ଣପୁର ଜିଲ୍ଲା ଯୁବ କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ସୁବର୍ଣପୁର ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ, ପୁର୍ବତନ ବିଧାୟକ ବିନୋଦ ପାତ୍ର, ପିସିସି ସଭ୍ୟ ଜିତେନ୍ଦ୍ର ପଟ୍ଟନାୟକ, ନଗର କଂଗ୍ରେସ ସଭାପତି ସୁଧିର ପଣ୍ଡା, ବସନ୍ତ ମହାକୁର,ଶେଷଦେବ ମେହେର,ବରୁଣ ସୁନା,ସୁମନ୍ତ ସାହୁ, ରାଜେଶ ମେହେର, ଛାତ୍ର କଂଗ୍ରେସ ସଂଯୋଜକ ଶ୍ରୀନିବାସ ଖମାରୀ,କୁଶଭୋଏ, , ନିମାଇଁ ପାଣିଗ୍ରାହୀ, ରୋହିତ ବିଶ୍ୱ ଳ,ରାଜକୁମାର ବାଦୀ,ଶିବ ପର୍ଡିଆ,ରଞନ ଅମାତ,ଅଚ୍ୟୁତ ପ୍ରଧାନ ପ୍ରମୁଖ ଙ୍କ ଉପସ୍ଥିତି ରେ ଏ ଦାବିପତ୍ରପ୍ରଦାନ କରାଯାଇଥିଲା।