ଶାନ୍ତିଶୃଙ୍ଖଳା ସହ ଶ୍ରୀଜୀଉଙ୍କ ଘୋଷଯାତ୍ରା ସଂପନ୍ନ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ସାଧୁବାଦ

ଭୁବନେଶ୍ୱର: ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଆଜି ଶାନ୍ତିଶୃଙ୍ଖଳାସହ ଠିକ୍ ସମୟରେ ନୀତିକାନ୍ତି ସଂପନ୍ନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶେଷକରି କୋଭିଡ-୧୯ର ଗାଇଡଲାଇନକୁ ପାଳନକରି କାର୍ଯ୍ୟକରିଥିବା ସେବାୟତ, ପୁରୀ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ସ୍ୱାସ୍ଥ୍ୟବିଭାଗ, ପୁଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉତ୍କଳ ପ୍ରସଙ୍ଗର ରଥଯାତ୍ରା ବିଶେଷାଙ୍କକୁ ଉନ୍ମୋଚନ କରିଛନ୍ତି । ପୁରୀଜିଲ୍ଲାର ଜନସାଧାରଣ ସହଯୋଗ କରି ବାହାରକୁ ନବାହାରି ଘରେ ଟେଲିଭିଜନରେ ରଥଯାତ୍ରା ଦେଖିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଟିଭି ପରଦାରେ ମହାପ୍ରଭୁଙ୍କୁ ପ୍ରଣାମ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ରଥଯାତ୍ରା ପାଳନ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଥିବାରୁ ଓ କେନ୍ଦ୍ରସରକାର ସହଯୋଗ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି ।

Comments (0)
Add Comment