ଭାରତକୁ ବିଶ୍ୱବ୍ୟାଙ୍କ ଦେବ ୧୦୦ କୋଟି ଡଲାର

0 82

ନୂଆଦିଲ୍ଲୀ : ଭାରତ ବର୍ତ୍ତମାନ କେରାନା ବିରୋଧରେ ସଂଗ୍ରାମ କରୁଛି । ଏହି ମୁକାବିଲା ପାଇଁ ପ୍ରଚୁର ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଉଛି । ବିଶେଷ କରି ଗରିବ ଓ ପ୍ରବାସୀ ଶ୍ରମିକମାନଙ୍କ ପାଇଁ କେନ୍ଦ୍ର ସରକାର ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି । ଏଭଳି ଏକ ସମୟରେ ବିଶ୍ୱବ୍ୟାଙ୍କ ଭାରତ ପାଇଁ ୧୦୦ କୋଟି ଡଲାରର ସହାୟତା ପ୍ୟାକେଜ୍ ଘୋଷଣା କରିଛି । ଏହି ପ୍ୟାକେଜକୁ ବିଶ୍ୱବ୍ୟାଙ୍କ ଅନୁମୋଦନ ପ୍ରଦାନ କରିଛି । ଏହି ଅର୍ଥ ସହରାଞ୍ଚଳର ଗରିବ ଓ ପ୍ରବାସୀ ଶ୍ରମିକମାନଙ୍କ ସାମାଜିକ ନିରାପତ୍ତା ବାବଦରେ ଖର୍ଚ୍ଚ କରାଯିବ । ବିଶ୍ୱ ବ୍ୟାଙ୍କର କଣ୍ଟ୍ରି ଡାଇରେକ୍ଟର ଜୁନେଲ୍ ଅହମ୍ମଦ ଆଜି କହିଛନ୍ତି ଯେ, ଗ୍ରାମାଞ୍ଚଳର ଗରିବମାନଙ୍କ ପରି ସହରାଞ୍ଚଳର ଗରିବମାନଙ୍କ ସାମାଜିକ ସୁରକ୍ଷା ମଧ୍ୟ ଆବଶ୍ୟକ । ସେମାନଙ୍କ ସାମାଜିକ ଓ ଆର୍ôଥକ ସ୍ଥିତି ଯେପରି ମଜବୁୁତ ହେବ ସେଥିପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସାମାଜିକ ନିରାପତ୍ତାର ପୁନଃ ଭାରସାମ୍ୟ ରକ୍ଷା କ୍ଷେତ୍ରରେ ଏହି ପ୍ରକଳ୍ପର ଗୁରୁତ୍ୱ ରହିଛି । କରୋନା ପରବର୍ତ୍ତୀ ପରିସ୍ଥିତିରେ ଭାରତ ଜୀବନ ଓ ଜୀବିକା ମଧ୍ୟରେ କୌଣସି ପାର୍ଥକ୍ୟ ଦେଖୁ ନଥିବାରୁ କ୍ଷେତ୍ର ନିର୍ଦ୍ଧାରଣ ଅର୍ଥରେ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ଖୁବ୍ ମହତ୍ୱପୂର୍ଣ୍ଣ । ପୂର୍ବରୁ ସ୍ୱାସ୍ଥ୍ୟ ପାଇଁ ପ୍ୟାକେଜ୍ ଘୋଷଣା କରାଯାଇଥିଲା । ଏବେ ଏହି ସାମାଜିକ ସୁରକ୍ଷା ପ୍ୟାକେଜ୍ ଭାରତକୁ ବିଶେଷ ଭାବରେ ସହାୟକ ହେବ । ଏହା ଏକ ସର୍ବବୃହତ ପ୍ୟାକେଜ୍ ବା ପ୍ରକଳ୍ପ । ବିଶ୍ୱବ୍ୟାଙ୍କର ବରିଷ୍ଠ ଅଧିକାରୀ ଏସ୍ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ସରକାରଙ୍କ ସହଯୋଗରେ ସମ୍ଭବପର ହୋଇଥିବା ଏହି ସାହାଯ୍ୟର ଲକ୍ଷ୍ୟ ହେଉଛି ପ୍ଲାଟଫର୍ମଗୁଡ଼ିକୁ ସମନ୍ୱିତ ଓ ସୁସଂଗଠିତ କରିବା । ଫଳରେ ସରକାରୀ ସାମାଜିକ ଯୋଜନା ଫଳପ୍ରଦ ହୋଇପାରିବ ଏବଂ ଲୋକମାନେ ଠିକ୍ ଭାବରେ ଉପକାର ପାଇପାରିବେ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

eleven + 4 =