ମମତାଙ୍କୁ ଟକ୍କର ଦେବେ ପ୍ରିୟଙ୍କା

0 328

କୋଲକାତା : ଆଗକୁ ଆସୁଛି ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନର ଉପ-ନିର୍ବାଚନ । ଭବାନୀପୁର ବିଧାନସଭା ଆସନରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ନିର୍ବାଚନ ଲଢୁଥିବା ଲଢିବେ । ଆସନ୍ତା ୩୦ ତାରିଖରେ ଭବାନୀପୁରରେ ଦିଦିଙ୍କ ଭାଗ୍ୟ ପରୀକ୍ଷା ହେବାକୁଥିବା ବେଳେ ମମତା ବାନାର୍ଜଙ୍କୁ ଟକ୍କର ଦେବେ ବିଜେପିର ପ୍ରୀୟଙ୍କା ଟିବରେୱାଲ । ଭବାନୀପୁର ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ପ୍ରୀୟଙ୍କା । ପ୍ରୀୟଙ୍କା ବିଜେପିର ଜଣେ ହେଭି ୱେଟ୍ ନେତ୍ରୀ ହୋଇଥିବା ବେଳେ ପଶ୍ଚିମବଙ୍ଗ ରାଜନୀତୀରେ ଏବେ ବେଶ୍ ସକ୍ରିୟ ପ୍ରୀୟଙ୍କା । ତେବେ ଭାବନୀପୁର ଆସନରେ ଦିଦିଙ୍କୁ ଟକ୍କର ଦେବା ପାଇଁ ବିଜେପି ଜଣେ ମହିଳା ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଥିବା ବେଳେ ଏକ କଡା ଟକ୍କର ଦେଖିବାକୁ ମିଳିବ ବୋଲି ରାଜନୀତି ସମୀକ୍ଷକ ମାନେ ମତ ଦେଉଛନ୍ତି । ପ୍ରୀୟଙ୍କା ଟେବରୱାଲ ପୂର୍ବରୁ ବାବୁଲ ସୁପ୍ରୀୟଙ୍କ ଆଇନ୍ ପରାମର୍ଶ ଦାତା ରହିଥିବା ବେଳେ ସୁପ୍ରୀମକୋର୍ଟ ଓ କୋଲକାତା ହାଇକୋର୍ଟ ଆଇନଜୀବୀ ମଧ୍ୟ ରହିଛନ୍ତି । ପୂର୍ବରୁ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିବା ପରେ ଭବାନୀପୁରରେ ବାଜି ମାରିବା ପାଇଁ କଳବଳ କୌଶଳ ଲଗାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଏହାରି ମଧ୍ୟରେ ବିଜେପି ମଧ୍ୟ ତାର ସ୍ୱତନ୍ତ୍ର ରଣନୀତି ଆପଣାଇଛି ଦିଦିଙ୍କୁ ଚେକ୍ ମେଟ୍ ଦେବା ପାଇଁ । ତେବେ ପଶ୍ଚିମବଙ୍ଗରେ କଂଗ୍ରେସ ଟିଏମସିକୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ଏଥିପାଇଁ ଭବାନୀପୁରରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ ।

hiranchal ad1
Leave A Reply

Your email address will not be published.

one + four =