ଆଇପିଏଲ ଛାଡି ଘରକୁ ଗଲେ ୱିଲିୟମସନ, ଜାଣନ୍ତୁ କାରଣ

0 85

ମୁମ୍ବାଇ : ଆଇପିଏଲ୍‌ ୨୦୨୨ର ଏକ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଜିତିବା ପରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌) ଅଧିନାୟକ କେନ୍‌ ୱିଲିୟମସନ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ୱିଲିୟମ୍ସନ୍‌ ଆଇପିଏଲ୍‌ ୨୦୨୨ ଛାଡି ଘରକୁ ଫେରି ଯାଇଛନ୍ତି । ୱିଲିୟମସନ ଦ୍ୱିତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି ଏବଂ ଏଥିପାଇଁ ସେ ନିଜ ପତ୍ନୀ ଏବଂ ପରିବାର ସହିତ ରହିବାକୁ ଆଇପିଏଲ ଛାଡି ଘରକୁ ଫେରିଛନ୍ତି ।
ଟୁଇଟ୍‌ କରି ସନରାଇଜର୍ସ ହାଇଦ୍ରାବାଦ ଏହି ସୂଚନା ଦେଇଛି । ଫ୍ରାଞ୍ଚାଇଜ୍‌ କହିଛି, “ଆମର ଅଧିନାୟକ କେନ୍‌ ୱିଲିୟମସନ ତାଙ୍କର ନବଜାତକଙ୍କୁ ସ୍ୱାଗତ କରିବା ପାଇଁ ନ୍ୟୁଜିଲ୍ୟାଣ୍ଡକୁ ଫେରିଛନ୍ତି । ସନରାଇଜର୍ସ କ୍ୟାମ୍ପରେ ସମସ୍ତେ କେନ୍‌ ୱିଲିୟମସନ ଏବଂ ତାଙ୍କ ପତ୍ନୀଙ୍କୁ ଏକ ନିରାପଦ ପ୍ରସବ ଏବଂ ସମସ୍ତ ସୁଖ କାମନା କରୁଛନ୍ତି ।
୨୨ ମଇରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦକୁ ଶେଷ ମ୍ୟାଚ୍‌ ଖେଳିବାକୁ ପଡିବ ଏବଂ ୱିଲିୟମସନଙ୍କ ଅନୁପସ୍ଥିତିରେ ହାଇଦ୍ରାବାଦର ଅଧିନାୟକ କିଏ ହେବ ସେନେଇ ହାଇଦ୍ରାବାଦ ଫ୍ରାଞ୍ଚାଇଜ୍‌ ଏପର୍ଯ୍ୟନ୍ତ କୌମସି ନିଷ୍ପତ୍ତି ନେଇ ନାହିଁ । ଚଳିତ ସିଜନରେ ହାଇଦ୍ରାବାଦ ଦଳ ଏପର୍ଯ୍ୟନ୍ତ ୬ଟି ଜିତିଛି ଏବଂ ୧୩ ଟି ମ୍ୟାଚରେ ସାତୋଟି ହାରିଛି । ଦଳ ଏପର୍ଯ୍ୟନ୍ତ ଅଷ୍ଟମ ସ୍ଥାନରେ ରହିଛି ଏବଂ ପ୍ଲେ ଅଫ୍‌ ଦୌଡରେ ଦଳ ଏବେବି ରହିଛି ।

hiranchal ad1
Leave A Reply

Your email address will not be published.

two × 2 =