ଚାଲିଛି ଦିନିକିଆ ସିରିଜ, ବିବାହ କଲେ ତିନି ଶ୍ରୀଲଙ୍କା ଖେଳାଳି

0 48

ନୂଆଦିଲ୍ଲୀ: ଶ୍ରୀଲଙ୍କା-ଆଫଗାନିସ୍ତାନ ମଧ୍ୟରେ ଜାରି ରହିଛି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ। ଦ୍ବିତୀୟ ଓଡିଆଇ ଗତକାଲି ପାଲିକିଲି ଷ୍ଟାଡିୟମରେ ଖେଳାଯାଇଥିଲା। କିନ୍ତୁ ବର୍ଷା କାରଣରୁ ମ୍ୟାଚ ଅଧାରୁ ବନ୍ଦ ହୋଇଥିଲା।

ତେବେ ନଭେମ୍ବର ୩୦ ରେ ହେବାକୁ ଥିବା ତୃତୀୟ ଦିନିକିଆ ପୂର୍ବରୁ ଶ୍ରୀଲଙ୍କାର ତିନି କ୍ରିକେଟର କାସୁନ ରାଜିଥା, ଚରିଥ୍ ଆଶାଲଙ୍କା ଏବଂ ପାଥୁମ ନିଶାଙ୍କା ବିବାହ କରିଛନ୍ତି। ଶ୍ରୀଲଙ୍କା କ୍ରିକେଟ ବୋର୍ଡ ତିନି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛି।

hiring

ମ୍ୟାଚ ବିଷୟରେ କହିଲେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପାଥୁମ ନିଶାଙ୍କାଙ୍କ ପ୍ରଦର୍ଶନ ଭଲ ରହିଛି। ସେ ଦୁଇଟି ମ୍ୟାଚରେ ୮୮ ରନ୍ ସଂଗ୍ରହ କରିଛନ୍ତି। ଅବଶ୍ୟ ପ୍ରଥମ ମ୍ୟାଚ ଦଳକୁ ହାରିବାକୁ ପଡ଼ିଛି। ଚରିଥ୍ ଆଶାଲଙ୍କା ଦୁଇ ମ୍ୟାଚ୍‌ରେ ୧୦ ରନ୍ ସଂଗ୍ରହ କରିପାରିଥିଲେ। ତେବେ ବୁଧବାର ଖେଳାଯିବାକୁ ଥିବା ତୃତୀୟ ଓଡିଆଇରେ ଭଲ ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି। ସେହିପରି କାସୁନ ରାଜିଥାଙ୍କ ମଧ୍ୟ ପ୍ରଦର୍ଶନ ମଧ୍ୟ ଭଲ ରହିଛି।

୨୦୨୩ କ୍ରିକେଟ ଓ୍ବାର୍ଲ୍ଡ କପ୍‌ରେ ସିଧାସଳଖ ପ୍ରବେଶ କରିବା ପାଇଁ ଶୀଲଙ୍କାକୁ ଆଇସିସି ଓ୍ବାର୍ଲ୍ଡ କପ୍ ସୁପର ଲିଗ୍‌ ଜିତିବାକୁ ହେବ କ୍ବାଲିଫାଏ କରିବାକୁ ପଡ଼ିବ। ଏହି ଚାରି ମ୍ୟାଚ୍ ମଧ୍ୟରୁ ଗୋଟିଏ ବୁଧବାର ରହିଛି ଆଫଗାନିସ୍ତାନ ସହ ରହିଛି। ଯଦି ଶ୍ରୀଲଙ୍କା ଏହି ମ୍ୟାଚ ଜିତୁଛି ତେବେ​‌ ଦଳ ନବମ ସ୍ଥାନରେ ପହଞ୍ଚିବ। ତେବେ ଯଦି ମ୍ୟାଚ୍ ହାରୁଛି ତେବେ ୧୦ ସ୍ଥାନକୁ ପହଞ୍ଚିବ।

hiranchal ad1
Leave A Reply

Your email address will not be published.

3 × 1 =