ନବରଙ୍ଗପୁର ମହାବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ରୁମର ବ୍ୟବହାର ଓ ଉପଯୋଗ କର୍ମଶାଳା

0 58

ନବରଙ୍ଗପୁର: ନବରଙ୍ଗପୁର ମହାବିଦ୍ୟାଳୟ ସ୍ମାର୍ଟ କ୍ଲାସ ରୁମରେ ସ୍ମାର୍ଟ କ୍ଲାସ ରୁମର ବ୍ୟବହାର ଓ ଉପଯୋଗ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଉଦଘାଟନ କରି ଅଧ୍ୟକ୍ଷ ଡ଼ଃ. ଭାସ୍କର ନାଥ ବିଶ୍ୱାଳ ସାମ୍ପ୍ରତିକ ପରିସ୍ଥିତିରେ ସ୍ମାର୍ଟ କ୍ଲାସ ରୁମର ଉପଯୋଗିତା ତଥା ଡିଜିଟାଲ କ୍ଲାସର ଉପାଦେୟତା ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଏହି କର୍ମଶାଳାର ମୁଖ୍ୟ ଆକର୍ଷଣ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଜାହାଙ୍ଗିର ମହମ୍ମଦ ସମ୍ବଳ ପ୍ରଶିକ୍ଷକ ଭାବେ ଯୋଗ ଦେଇ କେମିତି ଓ କିପରି କମ୍ପ୍ୟୁଟର, ପ୍ରୋଜେକଟର, ସ୍ମାର୍ଟ ବୋର୍ଡ଼ ମାଧ୍ୟମରେ ଅତି ସହଜରେ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଶିକ୍ଷା ପ୍ରଦାନ କରାଯାଇପାରିବ, ତା ଉପରେ ବୈଷୟିକ ଜ୍ଞାନ ପ୍ରଦାନ କରିଥିଲେ । ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଆଗାମୀ ଦିନରେ ସ୍ମାର୍ଟ କ୍ଲାସର ଉପଯୋଗ କରି ଗୁଣାତ୍ମକ ଶିକ୍ଷା ପ୍ରଦାନରେ ସହଯୋଗ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଜାତୀୟ ସେବା ଯୋଜନାର ଜିଲ୍ଳା ସଂଯୋଜକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ନିରନ୍ତର ଡିଜିଟାଲ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଦୀର୍ଘ ଏକ ଘଣ୍ଟା ଧରି ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ଶେଷ ପର୍ଯ୍ୟାୟରେ ଅଧ୍ୟାପିକା ମାନସୀ ମହାପାତ୍ର,ଅଧ୍ୟାପକ କୃଷ୍ଣ ଚନ୍ଦ୍ର ପଣ୍ଡା, ଅଶୋକ ପାତ୍ର ସଙ୍ଗୀତ ପରିବେଷଣ କରିଥିଲେ । ଆଗାମୀ ଦିନରେ ସମସ୍ତ ବିଭାଗ ତରଫରୁ ମାସକୁ ଅନ୍ତତଃ ଗୋଟିଏ ଗୋଟିଏ କ୍ଲାସ କରିବା ସହ ଛାତ୍ରଛାତ୍ରୀଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ଓ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଚେଷ୍ଟା କରାଯିବ ବୋଲି ଅଧ୍ୟକ୍ଷ ଡ଼ଃ ବିଶ୍ୱାଳ ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

twelve + 12 =