ଦୁବାଇ : ଗତକାଲି ଆଇପିଏଲ-୨୧ର ଦ୍ୱିତୀୟ ଚରଣ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହୋଇଥିଲେ । ଚେନ୍ନାଇର ବ୍ୟାଟିଂ ସମୟରେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଆମ୍ବାତି ରାୟୁଡୁ ଆହତ ହୋଇଥିଲେ । ସେ ମାତ୍ର ୩ ଟି ବଲ ଖେଳି ରିଟିୟାର୍ଟ ହଟ୍ ହୋଇଥିଲେ । ସେ ପୁନର୍ବାର ବ୍ୟାଟିଂ କି ଫିଲ୍ଡିଂ କରିବାକୁ ଆଉ ପଡିଆକୁ ଓହ୍ଲାଇଥିଲେ । ତାଙ୍କର ଆହତ ସଂପର୍କରେ ତାଜା ରିପୋର୍ଟ ହସ୍ତଗତ ହୋଇଛି । ସୂଚନା ଅନୁସାରେ ତାଙ୍କର କହଣୀର ଏକ୍ସରା କରାଯାଇଥିଲା । ସେହି ରିପୋର୍ଟ କୌଣସି ଫ୍ୟାକ୍ଚର ହୋଇନଥିବା ଜଣାପଡିଛି । ତେଣୁ ଆସନ୍ତା ଆର୍ସିବି ବିପକ୍ଷରେ ମ୍ୟାଚରେ ସେ ଖେଳିବେ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ମୁମ୍ବାଇ ଇଣ୍ଡିଆନ୍ସର ମିଲନେ ଏକ ବୋଲ ତାଙ୍କ କୁହଣୀ ବାଜିଥିଲା । ଏହାପରେ ଫିଜିଓ ପଡିଆକୁ ଆସି ତାଙ୍କର ଚିକିତ୍ସା କରିଥିଲେ । କିନ୍ତୁ ସେଥିରେ ତାଙ୍କର ଦରଦ ଠିକ୍ ନହେବାରୁ ସେ ପଡିଆ ଛାଡିଥିଲେ ।