ଯୋରଦାର୍ ହେଲା ପୋଲିସ୍ ଓ ଅବକାରୀ ବିଭାଗର ମିସନ୍ କ୍ଲିନ୍ ଗଞ୍ଜେଇ ୨୭ ଦିନରେ ବାଲିଗୁଡ଼ା ଅଞ୍ଚଳରୁ ୧୫୦କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ ନଷ୍ଟ

0 344


ବାଲିଗୁଡ଼ା,୩୦/୧୧: ଜାରି ରହିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ ଓ ଅବକାରୀ ବିଭାଗର ମିସନ୍ କ୍ଲିନ୍ ଗଞ୍ଜେଇ । ମାଓ ଇଲାକାରେ ପୁଣି ନଷ୍ଟ ହେଲା ୧୭କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । ବୁଡାଗୁଡ଼ା ପଞ୍ଚାୟତର ବୌଦୁଙ୍ଗିଆ,ରୁତୁଙ୍ଗିଆ ଓ ସାକୁସବାଲି ଅଞ୍ଚଳର ୧୭୦ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ ଚାଷ । ଗତ ୨୭ ଦିନ ମଧ୍ୟରେ ବାଲିଗୁଡ଼ା ଥାନା ସଲାଗୁଡ଼ା,ମେଲସିକିଆ,ବୁଡ୍ରୁକିଆ,ମାଦିନାଟ,ସିନ୍ଦ୍ରିଗାଁ,କୁଟିକିଆ,ରୁତୁଙ୍ଗିଆ,ବୁଡାଗୁଡ଼ା,ଗୋଇବାଲି,ଆଡ଼ିମାହା ଆଦି ଅଞ୍ଚଳରେ ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଯୋରଦାର୍ ଚଢ଼ାଉ କରି ଏହିସବୁ ଅଞ୍ଚଳରୁ ୧୫୦୦ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ୍ ଗଞେଇ ଗଛ କାଟିବା ସହ ସେଥିରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରାଗଲାଣି । ଯାହାର ଆନୁମାନିକ ମୂଲ୍ୟ ୧୫୦କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ଏବଂ ଅଞ୍ଚଳରୁ ସମୂଳେ ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ କରାଯିବ ବୋଲି କହିଛନ୍ତି ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍ ।

hiranchal ad1
Leave A Reply

Your email address will not be published.

8 − four =