କଳିଙ୍ଗ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଏଡ଼ସ ଦିବସ ପାଳିତ

0 59

ଘୁ ଉଦୟଗିରି: ଆଜି ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟରେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ଅଧ୍ୟକ୍ଷତାରେ ଛାତ୍ରଛାତ୍ରୀଙ୍କ ଗହଣରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦେବବ୍ରତ ବାରିକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଓଡ଼ିଆ ଅଧ୍ୟାପକ ଡଃ.ନଳିନୀ କୁମାର୍‌ ପାଣିଗ୍ରାହୀ, ଅଧ୍ୟାପିକା ସ୍ୱେଟଲାନା ତିର୍କି, ସବିତା ଟୁଡୁ, ତପନ ଚନ୍ଦ୍ର ନାୟକ, ଡଃ ଦେବବ୍ରତ ବାରିକ ମଞ୍ଚାସିନ ରହିଥିଲେ । ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଏଡ଼ସ ରୋଗ ଓ ତା’ର ଭୟାବହତା ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିଥିଲେ । ଯୁବ ସମାଜ କିପରି ନିଜକୁ ତଥା ନିଜ ପରିବାର ସାଙ୍ଗସାଥୀଙ୍କୁ ଏହାର ଭୟାବହତା ବିଷୟରେ ସଚେତନ କରେଇ ଏହାର ଫାସରୁ ଦୂରେଇ ରହିବେ ସେ ବିଷୟରେ ପରାମର୍ଶ ଦେଇଥିଲେ । ଏଡ଼ସ କିପରି ବ୍ୟାପେ,ଏଡ଼ସ ରୋଗର ଲକ୍ଷଣ କ’ଣ, ରୋଗର ପ୍ରତିକାର କ’ଣ, ଏଚଆଇଭି ଭୂତାଣୁ କ’ଣ ଓ କିପରି ମନୁଷ୍ୟକୁ ସଂକ୍ରମିତ କରେ, ସେ ବିଷୟରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ସଚେତନ ବାର୍ତ୍ତା ଲିଖିତ ଫ୍ଲାଗ କାର୍ଡ ଧରି ସହର ଭ୍ରମଣ କରିଥିଲେ ।

hiranchal ad1
Leave A Reply

Your email address will not be published.

13 − eight =