ଗଜପତି: ୫ ଦଫା ଦାବି ନେଇ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକଙ୍କ କଳାବ୍ୟାଜ ପରିଧାନ

0 136

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଥିବା ଜିଲ୍ଲାସ୍ତରୀୟ ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ପୁରୁଷ, ମହିଳା ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ଓ ପରିଦର୍ଶିକାଙ୍କ ପକ୍ଷରୁ ୫ ଦଫା ଦାବିରେ ଗତ ୭ ତାରିଖ ଠାରୁ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରୁଛନ୍ତି । ଏଥିରେ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ସାମିଲ ଅଛନ୍ତି । ଦାବି ଗୁଡିକ ମଧ୍ୟରେ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ କ୍ୟାଡ଼ର ପୁର୍ନଗଠନ, ଚାକିରି କାଳରେ ସର୍ବନିମ୍ନ ୪ ଟି ପଦୋନ୍ନତି, ଗ୍ରେଡ଼ ପେ ପ୍ରଦାନ, ତୃଣମୂଳ ସ୍ତରରେ କାର୍ଯ୍ୟରତ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ ଚାକିରୀ କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରିବା, ପୋଷାକ ଭତ୍ତା ଆକାରରେ ବାର୍ଷିକ ୫ ହଜାର ଟଙ୍କା ପ୍ରଦାନ କରିବା, ପଦବୀର ନାମ ପରିବର୍ତ୍ତନ କରିବା ଆଦି ଦାବି ରହିଛି । ମହାସଂଘର ଦାବିଗୁଡିକୁ ରାଜ୍ୟ ସରକାର ପୂରଣ କରିବାରେ କାଳ ବିଳମ୍ବ କରୁଛନ୍ତି । ଏହାର ପ୍ରତିବାଦରେ ମହାସଂଘର ନିଷ୍ପତ୍ତିକ୍ରମେ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକାମାନେ କଳା ବ୍ୟାଜ ପରିଧାନ କରିଛନ୍ତି । ଆସନ୍ତା ୧୪ରୁ ଅସହଯୋଗ ଓ ୨୧ ରୁ ପାରଳାଖେମୁଣ୍ଡି ଜିଲ୍ଲାସ୍ତରୀୟ ମୁଖ୍ୟ ଡାକ୍ତରଖାନା ଆଗରେ ଧାରଣା ଦିଆଯିବ ବୋଲି ଅନୁସୂୟା ପଣ୍ଡା, କାଞ୍ଚନ ପାଣ୍ଡି, ଲିଳିତ କୁମାର ମହାନ୍ତି, ଜି. ରତିଦେଓ, ବେବି ରାଧାରାଣୀ ଜେନା, ଶାନ୍ତି କୁମାରୀ ଜେନା, ପଦ୍ମୟୀ, ସୁଜାତା ପାଢ଼ି, ରଶ୍ମିତା ପଟ୍ଟନାୟକ, ଅଞ୍ଜଳି ବାରିକ ପ୍ରମୁଖ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

nine + twenty =