ଗନ୍ଧରାଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡସ ଦିବସ ପାଳନ: ସଚେତନତା ହିଁ ଏଡ୍‌ସର ଅବ୍ୟର୍ଥ ଔଷଧ

0 45

ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ଛାତ୍ର ଛାତ୍ରୀମାନେ ଏକ ଶୋଭାଯାତ୍ରାରେ ବିଦ୍ୟାଳୟ ପରିସରରୁ ବାହାରି ମେଡ଼ିକାଲ ଛକ, ବସଷ୍ଟାଣ୍ଡ, ଜହ୍ନାପଙ୍କ ଗ୍ରାମ ପରିକ୍ରମା କରି ବିଭିନ୍ନ ପ୍ଲାକାର୍ଡ ଧରି ଏଡସ ସଚେତନତା ସମ୍ବନ୍ଧୀୟ ବାର୍ତ୍ତା ଦେଇ ବିଦ୍ୟାଳୟ ପରିସରରେ ପହଞ୍ଚି ଥିଲେ । ଅଧ୍ୟକ୍ଷ ପ୍ରଭାତ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ଧ୍ରୁବ ଚରଣ ପାଣିଗ୍ରାହୀ, ଅଧ୍ୟାପିକା ପ୍ରଭାତୀ ତ୍ରିପାଠୀ, ସୁଶ୍ରୀ ଲିପାରାଣୀ ପ୍ରଧାନ, ସୋନାଲି ପ୍ରଧାନ ଯୋଗଦେଇ ସଚେତନତା ହିଁ ଏଡସର ଅବ୍ୟର୍ଥ ଔଷଧ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଯୁବ ରେଡ୍‌କ୍ରସର ସଂଯୋଜକ ଅଶୋକ କୁମାର ପାଣ୍ଡିଆ ସଭା ସଂଯୋଜନା କରିଥିଲେ । ଅଧ୍ୟାପକ ଶ୍ରୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏଥିରେ ବିଦ୍ୟାଳୟରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

four + seventeen =