ଗୋଷାଣୀ ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ

0 78

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଗୁରାଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଦର୍ଶନୀରେ ଗୋଷାଣୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ମୋଟ ୭୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି ୭୨ ପ୍ରକଳ୍ପ ମଧ୍ୟରୁ ୭ଗୋଟି ପ୍ରକଳ୍ପ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିବାର ଜଣାପଡିଛି । ଉକ୍ତ ପ୍ରଦର୍ଶନୀର ଉଦଘାଟନ ଉତ୍ସବରେ ଗୁରାଣ୍ଡି ସରପଞ୍ଚ ଶିଳ୍ପା ପାତ୍ର ଓ ଗୁରାଣ୍ଡି ଥାନାର ଏସ୍‌ଆଇ ବଳରାମ ବେହେରା ଯୋଗଦେଇ ଫିତା କାଟି ଉଦ୍‌ଘାଟନ କରିଥିଲେ । ଏହାପରେ ପ୍ରଦର୍ଶିତ ବିଭିନ୍ନ ପ୍ରକଳ୍ପ ଗୁଡିକୁ ବୁଲିଦେଖିଥିଲେ । ଉଦ୍‌ଯାପନୀ କାର୍ଯ୍ୟକ୍ରମକୁ ଗୋଷାଣୀ ଗୋଷ୍ଠୀ ଶିକ୍ଷାଧିକାରୀ ଆଦିକନ୍ଧ ଗମାଙ୍ଗ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଏନ୍‌.ବୀରରାଜୁ, ଏବିଇଓ ଶିବାଜୀ କହଁର ଓ ଟି.କିଶୋର କୁମାର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଶିଶୁ ବିଜ୍ଞାନୀମାନଙ୍କ ଦ୍ୱାରା ହେଉଥିବା ପ୍ରଦର୍ଶନୀ ତଥା ସମସ୍ତ ପ୍ରକଳ୍ପ ଗୁଡିକୁ ଭୂୟସୀ ପ୍ରଶଂସା କରି ବିଭିନ୍ନ ଉଦାହରଣ ଦେଇ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବି.ଧନୁଞ୍ଜୟ ସମ୍ପାଦକୀୟ ଅଭିଭାଷଣ ପ୍ରଦାନ କରିଥିଲେ । ଜିଲ୍ଲାସ୍ତରକୁ ମନୋନୀତ ହୋଇଥିବା ୭ଗୋଟି ପ୍ରକଳ୍ପର କୃତୀତ୍ୱ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ମନୋନୀତ ହୋଇଥିବା ପ୍ରକଳ୍ପ ତଥା ଛାତ୍ରଛାତ୍ରମାନେ ହେଲେ ଗୁରାଣ୍ଡି ଏସ୍‌କେସିଜି ହାଇସ୍କୁଲର ୯ମଶ୍ରେଣୀ ଛାତ୍ର ଶୁଭମ ପାତ୍ର, ପାରଳାଖେମୁଣ୍ଡି ସ୍ଥିତ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ୧୦ମ ଶେଣ୍ରୀ ଛାତ୍ରୀ କେ. ସିନ୍ଧୁ, ମଧୂସୁଦନପୁର ସରକାରୀ ହାଇସ୍କୁଲର ୯ମ ଶେଣ୍ରୀ ଛାତ୍ରୀ ଶିବାନୀ ଶବର, ବାପୁଜୀପେଣ୍ଠ ସ୍ଥିତ ରାଧାଚରଣ ଦାସ ହାଇସ୍କୁଲର ୧୦ମ ଶେଣ୍ରୀ ଛାତ୍ର ଦୀଲ୍ଲୀପ ପ୍ରଧାନ, ଖରଷଣ୍ଢା ସ୍ଥିତ ଆର୍‌ଏମ୍‌ ହାଇସ୍କୁଲର ୯ମ ଶେଣ୍ରୀ ଛାତ୍ରୀ ଜାନୀ ରେଣୁକା, ଦେଉଳା ସ୍ଥିତ ସରକାରୀ ୟୁଜି ହାଇସ୍କୁଲର ୯ମ ଶେଣ୍ରୀ ଛାତ୍ର କୃଷ୍ଣ ବଡମୁଣ୍ଡି, ଏବଂ ଲିଙ୍ଗିପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ୯ମ ଶେଣ୍ରୀ ଛାତ୍ରୀ ଶ୍ରୀପର୍ଣ୍ଣା ଶତରୂପା ଦଳେଇ । ମଂଚ ପରିଚାଳନା ସହ କାର୍ଯ୍ୟକ୍ରମ ଶେଷରେ ଶିକ୍ଷୟତ୍ରୀ ସସ୍ମିତା କୁମାରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

14 − 11 =