ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ, ଶ୍ରୀକ୍ଷେତ୍ର ଚଳଚଞ୍ଚଳ

0 60

ପୁରୀ: ଆଉ ମାତ୍ର ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ୧୫ଦିନର ଅନବସର ପରେ ଆଜି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ସେଠାରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ ।
ଦୁଇବର୍ଷ ପରେ ନବଯୌବନ ଦର୍ଶନ ଲାଗି ଏଥର ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ । ସକାଳ ୮ଟାରୁ ପରିମାଣିକ ଦର୍ଶନ ପରେ ଚାଲିଛି ସର୍ବସାଧାରଣ ଦର୍ଶନ । ଶ୍ରୀନଅର ଠାରୁ ସିଂହଦ୍ୱାର ଯାଏଁ ସ୍ୱତନ୍ତ୍ର ସେଡ୍‌ ବ୍ୟାରିକେଡରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଆଜି ଓ କାଲି ୨ ଦିନ ଧରି ନବଯୌବନ ଦର୍ଶନ କରିବେ ଶ୍ରଦ୍ଧାଳୁ । ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ୍‌ ମୁତୟନ ଥିବା ବେଳେ ଜଳ ସିଞ୍ଚନ ପାଇଁ ଅଗ୍ନିଶମ ଗାଡ଼ି ମୁତୟନ ଅଛନ୍ତି ।
ସକାଳ ସାଢେ଼ ୭ ଟାରେ ପ୍ରଥମେ ଏକ ଘଣ୍ଟା ପରିମାଣିକ ଦର୍ଶନ ପରେ ସର୍ବ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ଦିନ ସାରା ମହାପ୍ରଭୂଙ୍କ ବିଭିନ୍ନ ନିତିକନ୍ତି ଯୋଗୁଁ ମଝିରେ ମଝିରେ କିଛି ଘଣ୍ଟା ଦର୍ଶନ ବନ୍ଦ ରହିଥିଲା । ସୁରକ୍ଷା ବ୍ୟବସ୍ଥା ପାଇଁ ୪୦ ପ୍ଲାଟୁନ ପୋଲିସ୍‌ ମୁତୟନ ହୋଇଛନ୍ତି ।ପୋଲିସ ଅଧିକାରୀ ମାନେ ମନ୍ଦିର ପରିସରରେ ଉପସ୍ଥିତ ରହି ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିଥିଲେ ।
ସେହିପରି ଗୁରୁବାର ଉଭାଯାତ୍ରା ଦିନ ସକାଳ ୪ ଟାରୁ ସକାଳ ଟୋ ୩୦ ଯାଏଁ, ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୧ଟା ୩୦ ଯାଏଁ ଏବଂ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୫ଟା ଯାଏଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ମିଳି ପାରିବ । ସେହିପରି ସକାଳ ଟୋ ୩୦ରୁ ଦିନ ପ୍ରାୟ ୧୨ଟା ୩୦ ଯାଏଁ ଏବଂ ଅପରାହ୍ନ ୧ଟା ୩୦ରୁ ୩ଟା ୩୦
ଯାଏଁ ଦର୍ଶନ ବନ୍ଦ ରହିବ । ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ତଥା ନିର୍ଦ୍ଧାରିତ ସମୟରେ ପହଣ୍ଡି ସମ୍ପାଦନ ସକାଶେ ପ୍ରସ୍ତୁତି ପାଇଁ ଉଭାଯାତ୍ରା ଦିନ ସନ୍ଧ୍ୟା ୫ ଟା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ ନାହିଁ ।ନବଯୌବନ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଥିଲା । ଅଣସର ପରେ ପ୍ରଥମ ଥର ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ବଡ଼ଦାଣ୍ଡ ଏଥିପାଇଁ ଲୋକାରଣ୍ୟ ହୋଇ ଉଠିଥିଲା । ନିର୍ଦ୍ଧାରିତ ସମୟରେ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଶ୍ରୀମନ୍ଦିର ସମ୍ମୁଖ ରାସ୍ତାରେ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ କାର୍ପେଟ ବିଛା ଯାଇଥିଲା।ଏଥିସହ ଜଳ ସିଞ୍ଚନ ସହ ପିଇବା ପାଣି ମଧ୍ୟ ବଣ୍ଟନ କରାଯାଇଥିଲା।ଭକ୍ତ ମାନେ ଶୃଙ୍ଖଳିତ ଭାବେ ଶ୍ରୀମନ୍ଦିରକୁ ଯାଇ ଦୀର୍ଘଦିନ ପରେ ମହାପ୍ରଭୁଙ୍କୁ ଦର୍ଶନ କରି ଆତ୍ମା ବିଭୋର ହୋଇ ଉଠିଥିଲେ।

hiranchal ad1
Leave A Reply

Your email address will not be published.

five + 16 =