ବିକାଶ ଡିଗ୍ରୀ ନର୍ସିଂ ମହାବିଦ୍ୟାଳୟରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

0 43

ଭବାନୀପାଟଣା: ଭବାନୀପାଟଣା ସ୍ଥିତ ବିକାଶ ଡିଗ୍ରୀ ନର୍ସିଂ ମହାବିଦ୍ୟାଳୟରେ ଆଜି ବିଶ୍ୱ ଯକ୍ଷ୍ମା ଦିବସ ଅନୁଷ୍ଠାନର ନିର୍ଦ୍ଦେଶକ ଡି . ରାମ କୁମାରଙ୍କ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀମାନେ ଦେପୁର ଗ୍ରାମଠାରେ ଗୀତିନାଟିକା ମାଧ୍ୟମରେ ଯକ୍ଷ୍ମା ସମ୍ବନ୍ଧୀୟ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ପ୍ରବୀନ୍‌ କୁମାର ସେନାପତି ଯୋଗଦାନ କରି ଛାତ୍ର ଛାତ୍ରୀମାନଙ୍କୁ ୨୦୨୫ ମସିହା ସୁଦ୍ଧା ଭାରତକୁ ଏକ ଯକ୍ଷ୍ମା ମୁକ୍ତ ରାଷ୍ଟ୍ର ଭାବରେ ପରିଣତ କରିବାକୁ ଆହ୍ୱାନ ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ ବିକାଶ କୁମାର ଦାସ ଯୋଗଦାନ କରି ଯକ୍ଷ୍ମା ରୋଗର ସଠିକ ଚିହ୍ନଟ, ଚିକିତ୍ସା ଏବଂ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଆର୍ଥିକ ସହାୟତାର ଲାଭ ଉଠାଇବାକୁ ଉପଦେଶ ଦେଇଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ବି.ଏସ.ସି ନର୍ସିଙ୍ଗ ବିଭାଗର ଅଧକ୍ଷା ଶୁଶ୍ରୀ କେ. ଜୟଶ୍ରୀ ଓ ବି.ବି.ଏ, ବି.ସି.ଏ ବିଭାଗର ଅଧ୍ୟକ୍ଷ ଡ. ସୁଦୀପ୍ତ କୁମାର ଜାନା ଓ ବି.ଏସ.ସି ବିଭାଗର ଅଧ୍ୟକ୍ଷ ଡ. ଆଦିତ୍ୟ କୁମାର ପଟ୍ଟନାୟକ ଉପସ୍ଥିତ ରହି ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମକୁ ନର୍ସିଂ ବିଭାଗର ଅଧ୍ୟାପିକା ଶିଖା ସୋନାଲି ହକ୍କା, ଦିପ୍ତିମୟୀ ଲେଙ୍କା ଏବଂ ଅଧ୍ୟାପକ ପ୍ରୀତମ ରଞ୍ଜନ ନାଗ ସଫଳତା ଭାବରେ ସଂଯୋଜନା କରିଥିଲେ ।

hiranchal ad1
Leave A Reply

Your email address will not be published.

12 + 9 =