ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଯୁବକ ମୃତ

0 196

ଜହ୍ନ।ପଙ୍କ ୦୬।୧୧ : ଜହ୍ନ।ପଙ୍କ – ଖମାରିପଡା ରାସ୍ତାରେ ଆଜି ଦିନ ପ୍ରାୟ ୧୨ ଟା ବେଳେ ବୋୖଦ୍ଧ ବ୍ଳକ ମୁଣ୍ଡାପଡ଼ା ପଞ୍ଚାୟତ କମିରା ଗ୍ରାମର ମୁନା ନାଏକ(୩୦) ବାଇକ ନଂ ଓଡ଼ି ୩୧-୭୨୩୫ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇ ଏକ ଗଛରେ ପିଟି ହେବାରୁ ସେ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବୋୖଦ୍ଧ ଆଦର୍ସ ଥାନା ପୋଲିସ ଡାକ୍ତରଖାନାରେ ପହଂଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ସୂଚନାଯୋଗ୍ୟ ଯେ ଘର କାମ ଚାଲିଥିବାରୁ ବାଇଣ୍ଡିଙ୍ଗ ତାର କିଣିବା ପାଇଁ ଖମାରିପଡାକୁ ଯାଇ ତାର କିଣି ଫେରୁଥିବା ବେଳେ ଖଣ୍ଡପଡ଼ା ନିକଟରେ ବାଇକ ଏକ ଗଛରେ ପିଟି ହୋଇଥିଲା । ସେ ପାଣୁ ନାଏକଙ୍କ ଏକମାତ୍ର ପୁଅ ଥିଲେ । ତାଙ୍କର ୮ ଓ ୫ ବର୍ଷର ଦୁଇ ପୁଅ ଅଛନ୍ତି । ଏ ଖବର ପ୍ରଚାରିତ ହେବା ପରେ ତାଙ୍କ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

nineteen − 2 =