ଭୁବନେଶ୍ୱର-ଏର୍ଣ୍ଣାକୁଳମ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଦାବି, ଜିଏମ୍‌ଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

0 73

ପାରଳାଖେମୁଣ୍ଡି : ସ୍ୱାମୀ ଆୟପ୍ପାଙ୍କ ଭକ୍ତ ମାନେ କେରଳର ସବରିମାଘା ଯିବା ପାଇଁ ଭୁବନେଶ୍ୱର ଠାରୁ ଏର୍ଣ୍ଣାକୂଳମ ସହରକୁ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ବ୍ୟବସ୍ଥା ନିମନ୍ତେ ପୂର୍ବତଟ ରେଳପଥ ଜେନେରାଲ ମ୍ୟାନେଜରଙ୍କୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଚିଠି ଲେଖିଛନ୍ତି । ସଂସଦ ଚନ୍ଦ୍ର ଶେଖର ସାହୁ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ତଥା ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବହୁ ସଂଖ୍ୟକ ସ୍ୱାମୀ ଆୟପ୍ପା ଦୀକ୍ଷା ଧାରୀ ରହିଛନ୍ତି । ଏମାନେ ବିଶେଷ କରି ଡିସେମ୍ବର ମାସରୁ ସବରୀମାଳାକୁ ଭଗବାନ ଆୟାପ୍ପାଙ୍କ ଦର୍ଶନ ପାଇଁ ଯାଇଥାନ୍ତି । ଜାନୁଆରୀରେ ପଡୁଥିବା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟକ ଦୀକ୍ଷା ଧାରୀ ଶ୍ରଦ୍ଧାଳୁଙ୍କ ଯାତାୟତ ଲାଗି ରହିଥାଏ । ଏହି ଅଞ୍ଚଳରୁ ଏର୍ଣ୍ଣାକୂଳମ ସବୀରିମାଳା ଯିବା ପାଇଁ କୌଣସି ଟ୍ରେନ ସୁବିଧା ନାହିଁ । ତେଣୁ ଡିସେମ୍ବର ପ୍ରଥମ ସପ୍ତାହରୁ ଜାନୁଆରୀ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଭୁବନେଶ୍ୱର ଏର୍ଣ୍ଣାକୁଳମକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କଲେ ଶ୍ରଦ୍ଧାଳୁ ମାନେ ସହଜରେ ଯାତାୟତ କରି ପାରିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × 3 =