ସାରା ରାଜ୍ୟରେ ପ୍ରବଳ ଶୀତ

0 51

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ ପ୍ରକୋପ ବଢ଼ିଛି। ପାହାଡ଼ିଆ ଏବଂ ସମତଳ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ଯୋଗୁଁ ଅପରାହ୍ଣ ୪ଟା ବାଜିଲେ ଶୀତ ମାଡ଼ି ଆସୁଛି। ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ପ୍ରାୟ ଅଞ୍ଚଳରେ ରାତି ତାପମାତ୍ରା କମିବା ଯୋଗୁଁ ପାରଦ ୧୦ଡିଗ୍ରୀ ତଳକୁ ଖସି ଆସିଛି। ଘୁ. ଉଦୟଗିରିରେ ରାତି ତାପମାତ୍ରା ୫.୬ଡିଗ୍ରୀରେ ପହଞ୍ଚିଥିବା ବେଳେ ଦାରିଙ୍ଗବାଡ଼ିରେ ୮, ଫୁଲବାଣୀରେ ୮.୫, ଝାରସୁଗୁଡ଼ାରେ ୮.୬, ରାଉରକେଲାରେ ୮.୧, କିରେଇରେ ୯.୫, କେନ୍ଦୁଝରରେ ୯.୪, ଅନୁଗୋଳରେ ୯.୮, ସେମିଳିଗୁଡ଼ାରେ ୭.୫, କୋରାପୁଟରେ ୧୦.୮, ଭୁବନେଶ୍ବରରେ ୧୩ ଏବଂ କଟକରେ ୧୨.୪ଡିଗ୍ରୀ ରହିଛି।

hiring

ଗତକାଲି ସକାଳେ ରାଉରକେଲା, କୋରାପୁଟ, ଫୁଲବାଣୀ ଏବଂ ଭବାନୀପାଟଣାରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି। ରବିବାର ସକାଳେ ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଝାରସୁଗୁଡ଼ାରେ ଘନ କୁହୁଡ଼ି ଦୃଶ୍ୟମାନ ହେବା ସମ୍ଭାବନା ରହିଛି। ଏହି ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ।

hiranchal ad1
Leave A Reply

Your email address will not be published.

sixteen + 6 =