ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡେଜୁ ପଞ୍ଚାୟତ ଅନ୍ତର୍ଗତ ସୁଡେଜୁ ଗ୍ରାମରେ ସ୍ୱଚ୍ଛ ଭାରତ ଯୋଜନାରେ ନିର୍ମିତ ସର୍ବସାଧାରଣ ପାଇଖାନା ଗୃହର ଏକ ଭିନ୍ନ ରୂପ ନେଇଛି । ଆଜକୁ ପ୍ରାୟ ୧ବର୍ଷ ପୂର୍ବେ ନିର୍ମିତ ଶୌଚାଳୟ ଅଚଳ ହୋଇପଡ଼ିଛି, କାରଣ ଶୌଚାଳୟକୁ ସଂଯୋଗ ହେଉଥିବା ପାଣି ସୁବିଧାର ହୋଇଥିଲେ ମଧ୍ୟ ଟାଙ୍କିକୁ ପାଣି ଆସୁନାହିଁ । ଯାହା ଫଳରେ ସର୍ବସାଧାରଣରେ ନିର୍ମିତ ଶୌଚାଳୟ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଏହି ବିଷୟକୁ ବିଭିନ୍ନ କାର୍ଯ୍ୟାଳୟରେ ଅବଗତ କରାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏଥିପାଇଁ ଗ୍ରାମର ଲୋକଙ୍କ ମଧ୍ୟରେ ସ୍ୱଚ୍ଛ ଭାରତ ଅଭିଯାନର କାର୍ଯ୍ୟକାରୀ ହୋଇ ପାରୁନାହିଁ ବୋଲି ଅଭିଯୋଗ ହୋଇଛି । ଯାହା ଫଳରେ ଲୋକମାନେ ଶୌଚାଳୟ ବଦଳରେ ଅନ୍ୟ ମାଧ୍ୟମ ଗ୍ରହଣ କରୁଛନ୍ତି । ଗ୍ରାମର କିଛି ବୁଦ୍ଧିଜିବୀଙ୍କ କଥା ଅନୁଯାୟୀ ଶୌଚାଳୟଟି ଜଳ ସଂଯୋଗ ହୋଇ କାର୍ଯ୍ୟକ୍ଷମ ହେଲେ ଲୋକମାନେ କିଛି ଉପକୃତ ହେବାସହ ସ୍ୱଚ୍ଛ ଭାରତର ସଫଳ ରୂପାୟନ ହୋଇପାରିବ ବୋଲି କହିଛନ୍ତି ।