ସୁବର୍ଣ୍ଣପୁର ଜିଲ୍ଲାରେ ଗଡ଼ିଲା ଭ୍ରାମ୍ୟମାଣ ଚାରା ବଣ୍ଟନ ସଚେତନତା ରଥ

0 66

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ବନଖଣ୍ଡ ବିଭାଗ ଓ ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାର ପକ୍ଷରୁ ସର୍ବ ସାଧାରଣଙ୍କୁ ଚାରା ବଣ୍ଟନ ପାଇଁ ଏକ ମୋବାଇଲ ଭ୍ୟାନ ସଚେତନତା ରଥ ଜିଲ୍ଲାପାଳ କାର୍ଯ୍ୟାଳୟଠାରେ ଶୁଭାରମ୍ଭ କରାଯାଇଛି । ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଅମରେଶ ପଣ୍ଡା, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କଅଁର, ଡି ଏଫ ଓ ମଦନ ଲାଲ ଶର୍ମା ଅତିଥି ଭାବେ ଯୋଗ ଦେଇଥିଲେ । ଜ଼ିଲ୍ଲାପାଳ ଏସପି ସମସ୍ତ ଅତିଥି ଓ ଉପସ୍ଥିତ ବୁଦ୍ଧିଜୀବୀ, ପ୍ରେସ ମିଡ଼ିଆ ସମସ୍ତେ ଗୋଟାଏ ଟଙ୍କା ମୂଲ୍ୟରେ ଚାରା ଗୋଟେ ଗୋଟେ କିଣି ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ । ଏ ବର୍ଷ ସମଗ୍ର ଜ଼ିଲ୍ଲାରେ ୧୦ଲକ୍ଷ ବୃକ୍ଷ ଯୋଗାଇବାର ଲକ୍ଷ୍ୟ ଧାର୍ଯ୍ୟ ରଖା ଯାଇଥିବା ବିଷୟରେ ଜ଼ିଲ୍ଲାପାଳ ଓ ଡିଏଫଓ ପ୍ରକାଶ କରିଥିଲେ । ପରେ ପରେ ସୋନପୁର ରେଞ୍ଜର ଭାରତ ବନ୍ଧୁ ଶବର, ଫରେଷ୍ଟର ଭକ୍ତ ବନ୍ଧୁ ମିଶ୍ର ସହର ସାରା ଏହି ଚାରା ରଥକୁ ପ୍ରତି ବ୍ୟବସାୟୀ ଓ ପ୍ରତି ଘରକୁ ଘର ବୁଲି ଚାରା ବଣ୍ଟନ କରି ନିଜ ଜୀବନ ବଞ୍ଚାଇବା ସହ ଆଗାମୀ ପିଢ଼ିଙ୍କୁ ସୁରକ୍ଷା ଦେବାକୁ ସ୍ଲୋଗାନ ଓ ଗୀତ ମାଧ୍ୟମରେ ସଚେତନ ଓ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛ ଭାରତ ସଂଗଠନ, ଏନସିସି, ରକ୍ତ ଦାତା ସଂଘ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

twenty − fifteen =