ପୁରୀ : ଓଡିଶା ମାଟିର ଝିଅ ରାଷ୍ଟ୍ରର ସର୍ବୋଚ୍ଚ ସ୍ଥାନରେ ଆସନ ଅଳଙ୍କୃତ କରିଛନ୍ତି । ମହାମହିମ ରାଷ୍ଟ୍ରପତି ପଦରେ ଶପଥ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ । ଏନେଇ ଓଡିଶା ସମେତ ସାରା ଦେଶ ଖୁସି ମନାଉଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରେ ଦେଖିବାକୁ ମିଳିଛି ଖୁସିର ମାହୋଲ । ଜଣେ ଚା ବିକାଳୀ ହେଲେ ବି ଅକ୍ଷୟ ଜୟ ସିଂ ପୁରୀରେ ପଥଚାରି, ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା ଆଦିଙ୍କୁ ନିଜ ସକ୍ଷମ ଅନୁସାରେ ମାଗଣାରେ ରସଗୋଲା ଓ ଚା ବଣ୍ଟନ କରିଛନ୍ତି । କେବଳ ସେତିକି ନୁହେଁ ଚାହା ଦୋକାନରେ ମୁର୍ମୁଙ୍କ ପୋଷ୍ଟର ଲଗାଇ ମଙ୍ଗଳ ମନାସିଛନ୍ତି । ତେବେ ସେ ଆଜି ଭାରିଖୁସି ଥିବା ବେଳେ ଯୁଗ ଯୁଗ ପାଇଁ ଏହା ସ୍ୱର୍ଣ୍ଣକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି କହିଛନ୍ତି ।