ଜିଲ୍ଲା ସ୍ୱାସ୍ଥ୍ୟ ସମିତି କନ୍ଧମାଳର କାର୍ଯ୍ୟକାରୀ ସମିତି ବୈଠକ

0 55

ଫୁଲବାଣୀ : ଫୁଲବାଣୀ ଜିଲ୍ଲାପାଳ କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କନ୍ଧମାଳର କାର୍ଯ୍ୟ କାରୀ ସମିତି ବୈଠକ ଜିଲ୍ଲାପାଳ ପାଟିଲ ଆଶିଷ ଇଶ୍ୱର ( ଭା. ପ୍ର. ସେ. )ଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ ସ୍ୱାଗତ ଭାଷଣ ଦେଇଥିଲେ ଓ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ସାହୁ ସଂଯୋଜନା କରିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ବିଭିନ୍ନ ଯୋଜନା ବିଷୟରେ ଆଲୋଚନା ପର୍ଯ୍ୟଲୋଚନା କରାଯାଇଥିଲା । ୨୦୨୧-୨୦୨୨ ବର୍ଷରେ କୟାକଳ୍ପ ( ସ୍ୱଚ୍ଛତା ପୁରସ୍କାର) ୧୦ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ବାଲିଗୁଡା , ୧୨ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୬ ଟି ଉପ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପୁରସ୍କୃତ କରାଯାଇଥିଲା । କେନ୍ଦ୍ରୀୟ ସ୍ୱତନ୍ତ୍ର ସହାୟତା ଯୋଜନାରେ ଚାରୋଟି ଅପହଞ୍ଚ ଅଞ୍ଚଳ ପାଇଁ ୪ଟି ଭ୍ରାମ୍ୟମାଣ ପ୍ରସବ ଯାନ ଓ ୪ଟି ବହୁମୂଖୀ ସ୍ୱାସ୍ଥ୍ୟସେବା ଯାନ ଅନୁଦାନ, ୧୫ ତମ ଫାଇନାନ୍ସିଂ କମିଶନ ପି ଏମ-ଏବିଏଚଆଇଏମ,ଏନଏଚଏମ, ବିଜୁ କନ୍ଧମାଳ ଯୋଜନା ଓ ନୀତି ଆୟୋଗ, କେନ୍ଦ୍ର ସରକାରଙ୍କ ତରଫରୁ ଉତ୍ତମ କାର୍ଯ୍ୟ ପାଇଁ ସ୍ୱାସ୍ଥ୍ୟ ଓ ପୁଷ୍ଟି କ୍ଷେତ୍ରରେ ଆକାଂକ୍ଷା ଜିଲ୍ଲା ହିସାବରେ ସର୍ବ ଭାରତୀୟ ସ୍ତରରେ ଦିତୀୟ ପୁରସ୍କାର ବାବଦର ଅନୁଦାନ ବିଷୟରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ଥିବା ତିନୋଟି ପୁଷ୍ଟି ପୁନର୍ବାସ କେନ୍ଦ୍ରର ଶତପ୍ରତିଶତ ସେବା, ବାଲିଗୁଡା ଓ ଫୁଲବାଣୀରେ ଥିବା ଦୁଇଟି ଏସଏନସିୟୁର ଶତ ପ୍ରତିଶତ ସେବା, ଏନଏଚଏମ ପିପିରେ ଆସିଥିବା ଅନୁଦାନର ଶତପ୍ରତିଶତ ବିନିଯୋଗ କରିବା, ବିଭିନ୍ନ ଯୋଜନା ତଥା ମ୍ୟାଲେରିଆ, ଅଣ ସଂକ୍ରାମକ ରୋଗ, ଯକ୍ଷ୍ମା ରୋଗ, କୁଷ୍ଠ ରୋଗ, ମାନସିକ ସ୍ୱାସ୍ଥ୍ୟ, ଭୌତିକ ଚିକିତ୍ସା, ଡାଇଲିଶିଷ ସେବା,ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ,କିଶୋରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଯୋଜନା, ନିର୍ମଳ ଯୋଜନା,ଏମଏଚୟୁ, ଆନୁଷ୍ଠାନିକ ପ୍ରସବ, ଅନ୍ଧତ୍ୱ ନିରାକରଣ ଯୋଜନା ଏବଂ ଜିଲ୍ଲାରେ ଏନଜିଓ ମାନଙ୍କ ଦ୍ୱାରା ଚାଲୁଥିବା ସେବା ବିଷୟରେ ଆଲୋଚନା କରାଯାଇ ଜନସାଧାରଣମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଆଲୋଚନା କରାଯାଇ ନିଷ୍ପତ୍ତି ହୋଇଥିଲା । ବିଭିନ୍ନ ବିଭାଗ ଦ୍ୱାରା କରାଯାଉଥିବା ନିର୍ମାଣ କାମକୁ ଠିକ ସମୟ ପୂର୍ବରୁ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଓ ସିଟି ସ୍କାନ ସେବା ଡ଼ିଏଚଏଚରେ ଶୀଘ୍ର ଚାଲୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ସ୍ତରୀୟ ଅଧିକାରୀ ବିଭିନ୍ନ ବ୍ଲକ ଯାଇ ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଏନଜିଓ ମାନଙ୍କର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ସେମାନଙ୍କୁ ଅର୍ଥ ରାଶିର ସଠିକ ବିନିଯୋଗ କରିବା ଓ ଗାଇଡଲାଇନ ଅନୁସାରେ ସେବା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଆଶିଷ କୁମାର ମହାନ୍ତି, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ପରିଚାଳନା କରିଥିଲେ ଏବଂ ଅନ୍ୟ ଡିପିଏମୟୁ ଷ୍ଟାଫ ଯଥା ବିତ୍ତ ପରିଚାଳକ, ତଥ୍ୟ ପରିଚାଳକ, ବାଲ ସ୍ୱାସ୍ଥ୍ୟ ପରିଚାଳକ, ଆଶା ପରିଚାଳକ , ଏନଜିଓ ପରିଚାଳକ, ଲିଗାଲ ପରିଚାଳକ, ଦୀପ୍ତି, ରାଜେନ୍ଦ୍ର ଟୁକୁନା ଆଦି ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

five × two =