ପାଟଣାଗଡ଼: ପାଟଣାଗଡ ଉପଖଣ୍ଡ ବେଲପଡା ଥାନା ପରିସରରେ ଆମ ପୁଲିସ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ବୁଲୁ ମୁଣ୍ଡାଙ୍କ ଅଧକ୍ଷତାରେରେ ଅନୁଷ୍ଠିତ ଉକ୍ତ ବୈଠକରେ ଆମ ପୁଲିସର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ଆଇ.ଆଇ.ସି ଅବଗତ କରିଥିଲେ । କେମିତି ଅଂଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଭଲ ରହିବ, କ’ଣ କଲେ ଲୋକ ମାନଙ୍କର ଉପକାର ହେବ ସେନେଇ ଶ୍ରୀ ମୁଣ୍ଡା କର୍ମକର୍ତ୍ତାଙ୍କ ମତାମତ ଲୋଡିଥିଲେ । ପରେ ବେଲପଡା ଡାକ୍ତରଖାନାରେ ଶବ ବାହାକ ଗାଡିଟିଏ ନଥିବାରୁ ବହୁ ଲୋକ ହଇରାଣ ହରକତ ହେଉଥିବାରୁ ଏହାର କେମିତି ସ୍ଥାୟୀ ସମାଧାନ ହେବ ସେନେଇ ଆମ ପୁଲିସ ସମିତିର କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ । ଉକ୍ତ ବୈଠକରେ ବେଳପଡା ସରପଞ୍ଚ ହରିଶ ବୁଡେକ, ସମ୍ବାଦିକ କରୁଣାକର ବୁଡେକ, ମଣ୍ଡଳ ସରପଞ୍ଚ ସରୋଜ ସେଠ, ଲଙ୍କେଶ୍ୱର ମେହେର, ସଂଜୟ ଶର୍ମା, ମୁକେଶ କୁମାର ଠାକୁର, ଜଗନ୍ନାଥ ବାରିକ, ଯୁବରାଜ ପୁଟେଲ, ଡେଳାମଣି ସାହୁ, ଜଗବନ୍ଧୁ ବେହେରା, ଦେବାଚନ ମାଝି, ଲକ୍ଷିନ୍ଦ୍ର ପୁଟା, କିସାନ ରଣାଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ବିଭିନ୍ନ ଜନ ହିତକାରୀ କାର୍ଯ୍ୟ ଗୁଡିକ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।