ବଡଚଣା ଶିଶୁବିକାଶ ଯୋଜନା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଅଙ୍ଗନୱାଡି କର୍ମୀ

0 547

ଚଣ୍ଡିଖୋଲ: ବଡଚଣା ବ୍ଲକ ସମନ୍ୱିତ ଶିଶୁ ଯୋଜନା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଶତାଧିକ ଅଙ୍ଗନୱାଡି କର୍ମୀ । ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ପାଇଁ ଚଳିତ ମାସ ଦଶ ତାରିଖ ସୁଦ୍ଧା ରନ୍ଧନ ଗ୍ୟାସ କ୍ରୟ କରିବାକୁ କୁହା ଯାଇଥିଲା ।ଏଥି ନିମନ୍ତେ ପ୍ରତ୍ୟେକ କେନ୍ଦ୍ରକୁ ଗ୍ୟାସ କ୍ରୟ ପାଇଁ ଅଙ୍ଗନୱାଡି କର୍ମୀଙ୍କ ବ୍ୟାଙ୍କ ଖାତାକୁ ସାତ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହାର ପରେ ଅଙ୍ଗନୱାଡି କର୍ମୀମାନେ ନିକଟସ୍ଥ ଏଜେନ୍ସି ନିକଟରୁ ଦୁଇଟି ସିଲିଣ୍ଡର ଓ ଚୂଲା କ୍ରୟ କରିଥିଲେ । ଏଠରେ ମିଶନ ଶକ୍ତି ସଭାପତି ଗ୍ୟାସ ସଂଯୋଗ ଉପରେ ଅନାଧିକାର ହସ୍ତକ୍ଷେପ କରି ପ୍ରତିବନ୍ଧକ ସାଜିଥିବା ଅଭିଯୋଗ କରିଛନ୍ତି । ପୂର୍ବରୁ ଏଠରେ ଖେଳନା କ୍ରୟ କରିବା, ଡ୍ରେସ କ୍ରୟ କରି ଯୋଗାଇବା କ୍ଷେତ୍ରରେ ମିଶନ ଶକ୍ତି ସଭାନେତ୍ରୀଙ୍କ ଭୂମିକା ରହିଥିବା ମଧ୍ୟ ଅଭିଯୋଗ କରିଛନ୍ତି । କେନ୍ଦ୍ର ଗୁଡିକୁ ଗ୍ୟାସ ସଂଯୋଗ କରିବା ପାଇଁ ସିଡିପିଓଙ୍କ ଉପରେ ଚାପ ଷୃଷ୍ଟି କରାଯାଉଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଦୀର୍ଘ ସମୟ ଧରି ଧାରଣା ଚାଲିଥିବା ବେଳେ ସିଡିପିଓ ସେଠାକୁ ଆସିନଥିଲେ । କିନ୍ତୁ ମିଶନ ଶକ୍ତି ସଭାନେତ୍ରୀ ସେଠାରେ ଉପସ୍ଥିତ ରହି ଆଲୋଚନା କରିବାକୁ ଚାହିଁଥିଲେ ବି ତାଙ୍କ ସହ କୌଣସି ଆଲୋଚନା କରିବାକୁ ମନା କରିଦେଇଥିଲେ । ବ୍ଲକ କାର୍ଯ୍ୟାଳୟରେ ଏକ ମିଟିଂରେ ସିଡିପିଓ ଥିବା ଖବର ପାଇ ଅଙ୍ଗନୱାଡି କର୍ମୀମାନେ ସେଠାରେ ପହଞ୍ଚିଥିଲେ । ସିଡିପିଓଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ଧାରଣା ସମ୍ପର୍କରେ ପଚାରିବାରୁ କ’ଣ ଧାରଣା ମୁ ଜାଣିନି । ଡିଏସଡବ୍ଲୁ ନିର୍ଦ୍ଦେଶ ଅନୁଯାୟୀ ସବୁ କାର୍ଯ୍ୟ ହୋଇଛି । କିଏ କ’ଣ କରିଛି ଅଫିସରେ ଆସି ଅଭିଯୋଗ କରନ୍ତୁ ବୋଲି କହି ଚାଲିଯାଇଥିଲେ । ଏଠାରେ ପ୍ରଶ୍ନ ଉଠେ ସୁପରଭାଇଜର ନିର୍ଦ୍ଦେଶ ଦେଲେ ଗ୍ୟାସ କ୍ରୟ କର ସିଡିପିଓ କହୁଛନ୍ତି ଆମେ ଯେଉଁଠାରୁ କହିଲୁ ସେଠାରୁ ନଆଣି ଅନ୍ୟ ଏଜେନ୍ସି ପାଖରୁ କାହିଁକି ଆଣିଲ । ଏଥିରେ ସିଡିପିଓ ଓ ଅନ୍ୟ କାହାର ହାତ ରହିଛି ଅଙ୍ଗନୱାଡି କର୍ମୀଙ୍କ ସ୍ୱାଧିନତାରେ ହସ୍ତକ୍ଷେପ କରିବା ପାଇଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସିଡିପିଓ କାର୍ଯ୍ୟାଳୟରେ ଚାଲିଥିବା ଅରାଜକତାର ତଦନ୍ତ କରିବାକୁ ଦାବି ଜୋର ଧରିଛି ।

hiranchal ad1
Leave A Reply

Your email address will not be published.

2 × 3 =