ମହାପ୍ରଭୁଙ୍କ ଦର୍ଶନ କଲେ ନବୀନ ଜିନ୍ଦଲ

0 70

ପୁରୀ :ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଫ୍ଲାଗ ଫାଉଣ୍ଡେସନ ଅଫ୍‌ ଇଣ୍ଡିଆର ସଭାପତି ତଥା ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ ଓ ତାଙ୍କ ପତ୍ନୀ ସାଲୁ ଜିନ୍ଦଲ । ଫ୍ଲାଗ ଫାଉଣ୍ଡେସନ ଅଫ୍‌ ଇଣ୍ଡିଆ ପକ୍ଷରୁ ବାଟଗାଁ ଛକ ଠାରେ ୧୦୮ ଫୁଟ ଉଚ୍ଚତାରେ ତ୍ରିରଙ୍ଗା ପତାକା ସ୍ଥାପନା କାର୍ଯ୍ୟକ୍ରମରେ ଯୋଗଦେବା ପରେ ନବୀନ ଜିନ୍ଦଲ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ପୁରୀ କୁମ୍ଭାରପଡ଼ା ଅଞ୍ଚଳର ଯୁବ ଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ ଦିଆସିଲି କାଠିରେ ନିର୍ମାଣ କରିଥିବା ନାଗା ମୂର୍ତ୍ତିର ଏକ ନିଆରା କଳାକୃତି ନବୀନ ଜିନ୍ଦଲଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ଦିଆସିଲି କାଠିରେ ନିର୍ମାଣ ହୋଇଥିବା ଏହି ନାଗା ମୂର୍ତ୍ତିକୁ ଦେଖି ନବୀନ ବେଶ୍‌ ଉତ୍ସାହିତ ଏବଂ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ । ୪୭୨୭ଟି ଦିଆସିଲି କାଠିରେ ଏହି ନାଗା ମୂର୍ତ୍ତିକୁ ନିର୍ମାଣ ହୋଇଥିବା ବେଳେ ଏହାର ଉଚ୍ଚତା ୨୨ ଇଞ୍ଚ ଓ ଚଉଡା ୧୪ ଇଞ୍ଚ ରହିଛି । ଏହି ନାଗା ମୂର୍ତ୍ତିକୁ ସମ୍ପୂର୍ଣ୍ଣ ତିଆରି କରିବା ପାଇଁ ଶାଶ୍ୱତଙ୍କୁ ୨୩ ଦିନ ସମୟ ଲାଗିଥିଲା । ତେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ସେ ବେଶ୍‌ ଆନନ୍ଦିତ ଥିବା କହିଥିଲେ । ଭାରତ ବାସୀଙ୍କ ବିକାଶ ନେଇ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ବେଢ଼ା ପରିକ୍ରମା କରିବା ସହ ବିଭିନ୍ନ ଦେବଦେବୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ତେବେ ମହାପ୍ରଭୁଙ୍କ କୃପାରୁ ସେ ଶ୍ରୀକ୍ଷେତ୍ର ଧାମ ଆସିଥିବା ବେଳେ ମହାପ୍ରଭୁ ଏହି ଭଳି ଆଶୀର୍ବାଦ ତାଙ୍କ ଉପରେ ରଖିବାକୁ ଓ ପୁଣି ଶ୍ରୀକ୍ଷେତ୍ର ଆସିବା ନେଇ ଡୋରି ଲଗେଇବାକୁ ସେ ମହାପ୍ରଭୁଙ୍କ ନିକଟ ରେ ପ୍ରାର୍ଥନା କରିଥିବା କହିଛନ୍ତି ।

hiranchal ad1
Leave A Reply

Your email address will not be published.

20 + seven =