ଦଶପଲ୍ଲା :ଆସନ୍ତା ୨୦ ତାରିଖ ଦିନ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନଙ୍କ ନୟାଗଡ଼ ଜିଲ୍ଲା ଗସ୍ତ ଅବସରରେ ଦଶପଲ୍ଲା ଆସିବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଚଳଚଂଚଳ ହୋଇପଡିଛି । ଏଥିପାଇଁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଏବଂ ନୟାଗଡ଼ ଏସ୍ପି ରାହୁଲ ଜୈନ ଆସି ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି । ଦଶପଲ୍ଲା ବ୍ଲକ୍ ସମ୍ମୁଖସ୍ଥ ନେତାଜୀ ମୈଦାନରେ ସଭା ଅନୁଷ୍ଠିତ ହେବାକୁ ଥିବା ବେଳେ ମହାବୀର ମନ୍ଦିର ଏବଂ କୁଆଁରିଆ ଆଦି ଗସ୍ତ କରିବା ପରେ ବ୍ଲକ୍ ପରିସରରେ ଥିବା ‘କାଫେ’ରେ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି ।