ବୌଦ୍ଧ/ଜହ୍ନାପଙ୍କ,୧୩/୩- ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଂଚାୟତର ହାଟପଦ।ଠାରେ ଥିବା ଟ୍ରାନ୍ସଫର୍ମର ଦୀର୍ଘ ଦିନ ହେଲା ବିପଦ ସଙ୍କୁଳ ଅବସ୍ଥାରେ ଥିଲା। ଏହା ନିକଟକୁ ଲାଗି ସାପ୍ତାହିକ ମଙ୍ଗଳବାର ହାଟ ବସେ ।ଫଳରେ ଧନ ଜୀବନ ପ୍ରତି ବିପଦ ଥିବାରୁ ଏନେଇ ଫେବୃଆରୀ ୨୫ ତାରିଖରେ ହୀରାଞ୍ଚଳ ଲାଇଭରେ ଖବର ପ୍ରକାଶ ପରେ ବିଭାଗୀୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଏବେ ଏହାର ଚାରିପଟେ ସୁରକ୍ଷା ବାଡ଼ ଦିଆଯାଇଛି । ହୀରାଞ୍ଚଳର ଏଭଳି ପ୍ରୟାସକୁ ଲୋକମାନେ ପ୍ରଶଂସା କରିଛନ୍ତି।