କାର୍ଯ୍ୟକ୍ଷମ ହେଲା ଶାଳିଆଗୋଛା ଟୋଲ୍‌ ଗେଟ୍‌,୨୫ ଜଣ ସ୍ଥାନୀୟ ଯୁବକ ପାଇଲେ ନିଯୁକ୍ତି

0 475

ଦଶପଲ୍ଲା : – ସରକାର ଯାନବାହନ ଚଳାଚଳ ଉପରୁ ରାଜସ୍ୱ ଆଦାୟ କରିବା ପାଇଁ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଦଶପଲ୍ଲା କୁଆଁରିଆ ନିକଟସ୍ଥ ଶାଳିଆଗୋଛା ଠାରେ ନିର୍ମାଣ ହୋଇ ପଡ଼ିରହିଥିବା ଟୋଲ୍‌ଗେଟ୍‌ଟି କାର୍ଯ୍ୟକ୍ଷମ ହୋଇଛି । ପୂର୍ବ ଓ ପଶ୍ଚିମ ଓଡ଼ିଶା ତଥା ଭୁବନେଶ୍ୱରରୁ ବୌଦ୍ଧ, ବଲାଙ୍ଗୀର , ସୋନପୁର ଓ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରିବାର ଏହା ହେଉଛି ମୁଖ୍ୟ ସଡ଼କ । ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ସଂଖ୍ୟାରେ ଯାନବାହନ ଚଳାଚଳ କରିଆସୁଛି । ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ନୂଆଗାଁ ମାଈଛେଳିଠାରୁ ବାଣିଗୋଛା ପର୍ଯ୍ୟନ୍ତ ୬୨ କିମି ରାସ୍ତା ନିର୍ମାଣ ପାଇଁ ୧୩୦ କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ ଏହି ଟୋଲ୍‌ଗେଟ୍‌ ନିର୍ମାଣ ପାଇଁ ପ୍ରାୟ ୩ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟ ହୋଇଛି । ଯାନବାହାନ ଚଳାଚଳ ଉପରୁ ସରକାର ଟୋଲ୍‌ ଆଦାୟ ପାଇଁ କୋଟିକୋଟି ଟଙ୍କା ବ୍ୟୟ କରିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଖିଆଲି ମନୋଭାବ ପାଇଁ ୨୦୧୯ ମସିହାରୁ ଏହାର କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ପାରୁନଥିଲା । ଯାହାକି ବିଭିନ୍ନ ସମୟରେ ଏଠାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ା ଜମି ଆସୁଥିଲା । ଏ ସମ୍ପର୍କରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା । ଇଗଲ୍‌ କମ୍ପାନି ଏହାର ଦାୟିତ୍ୱ ନେଇଥିବା ବେଳେ ସ୍ଥାନୀୟ ଅଂଚଳର ବେକାରୀ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦାବିରେ କିଛି ଯୁବକ ଗତ ଅକ୍ଟୋବର ୨୦ ତାରିଖଠାରୁ ଧାରଣାରେ ବସିଥିଲେ । ହେଲେ ଏହି ଟୋଲ୍‌ଗେଟ୍‌ରେ ସ୍ଥାନୀୟ ଅଂଚଳର ୨୫ ଜଣ ଶିକ୍ଷିତ ଯୁବକଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ନିଯୁକ୍ତି ମିଳିଛି । ଆଜି ପୂର୍ବାହ୍ନରେ ଇଗଲ୍‌ କୋଅର୍ଡିନେଟର୍‌ ଅରୂପ ଜେନା ଏବଂ ଟୋଲ୍‌ ସଭାପତି ରାକେଶ କୁମାର ସିଂ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରିଛନ୍ତି । ତେବେ ବିଭିନ୍ନ ଯାନବାହନ ପାଇଁ ନିର୍ଦ୍ଧାରିତ ଦର ଅନୁଯାୟୀ ଟୋଲ୍‌ ଆଦାୟ କରାଯାଇଛି ।

hiranchal ad1
Leave A Reply

Your email address will not be published.

20 − 3 =