ବୌଦ୍ଧ/ ହରଭଙ୍ଗା୧୩/୩- ବୌଦ୍ଧଜିଲ୍ଲା କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁନେଇ ନୟାଗଡ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏକ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବରକୁ ନୟାଗଡ ବନ୍ୟପ୍ରାଣୀ ଡିଏଫଓ ହର୍ଷବଦ୍ଧନ ଉଦଗାଥା ପରିଚାଳନା କରିଥିଲେ। ସୁଚନାଥାଉକି ବର୍ତମାନ ଜଙ୍ଗଲଗୁଡିକ ନିଆଁଘେରରେ ରହୁଥିବା ବେଳେ ଜଙ୍ଗଲରେ ଥିବା ବହୁମୁଲ୍ୟବାନ ଜଙ୍ଗଲଜାତ ଦ୍ରବ୍ୟସହ ଜୀବଜନ୍ତୁମାନେ ନିଆଁରେ ଶିକାର୍ ହେଉଥିବା ଜଣାପଡୁଛି । ତାହାସହ ଜଙ୍ଗଲ ଜଳିବାସହ ପରିବେଶ ଧୁଆଁମୟ ହେଉଥିବା ଦେଖିବାକୁ ମିଳୁଛି । ସେନେଇ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବାପାଇଁ ମହାଲିକପଡା ପଂଚାୟତର ଶ୍ରୀପାଜୁ,ଗେରେଡି ସାହି ଗ୍ରାମରେ ବିଭାଗ ପକ୍ଷରୁ ଜନସଚେତନତା କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ କୁଶଙ୍ଗ ବନ୍ୟପ୍ରାଣୀ ରେଂଜର ପ୍ରଦିପ୍ ଭୁତିଆଙ୍କ ସମେତ ସମସ୍ଥ କର୍ମଚାରୀମାନେ ଯୋଗଦେଇଥିଲେ।