ସତ ହେଲା ଧୋନୀଙ୍କ ଭବିଷ୍ୟତବାଣୀ, କହିଥିଲେ ଏମିତି ହେବ ବୋଲି…

0 319

ଦୁବାଇ : ଗତକାଲି ରାତିରେ ଯାହା ଘଟିଲା ତାହାକୁ ଭାରତୀୟ କ୍ରିକେଟ ପ୍ରେମୀ ଶୀଘ୍ର ଭୁଲିବାକୁ ନିଶ୍ଚୟ ଚାହିଁବେ । ଦୀର୍ଘ ୨୯ ବର୍ଷ ପରେ ଭାରତ ଦଳ ବିଶ୍ୱକପରେ ପାକିସ୍ତାନଠାରୁ ହାରିଛି । ଗତକାଲି ମ୍ୟାଚରେ ଭାରତ ପାକିସ୍ତାନଠାରେ ଆତ୍ମସମର୍ପଣ କରିଥିଲା । ଦଳ ୧୦ ଉଇକେଟ ହାରିଥିଲା ଯାହା ଏକ ଅଲୋଡା ରେକର୍ଡ । ଭାରତ ଏପର୍ଯ୍ୟନ୍ତ କୌଣସି ଟି-୨୦ ମ୍ୟାଚରେ ୧୦ ଉଇକେଟରେ ହାରିନଥିଲା । ପୂର୍ବରୁ ମେଣ୍ଟର ଧୋନୀ କହିଥିଲେ ଯେ, ଆମେ ଆଜି ନ ହେଲେ କାଲି ବିଶ୍ୱକପରେ ଭାରତଠାରୁ ହାରିବୁ । ଯାହା ଆଜି ସତ ହୋଇଛି । ୨୦୧୬ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚ ଜିତିବା ପରେ ଏମିତି କହିଥିଲେ ମହେନ୍ଦ୍ର ସିଂ ଧୋନୀ । ସେ କହିଥିଲେ ଆମେ ଆଜି ହାରିନାହୁଁ ଯାହା ଏକ ଭଲ କଥା । କିନ୍ତୁ ଆମେ କହିପାରିବା ନାହିଁ ଯେ, ଆମେ ପାକିସ୍ତାନଠାରୁ କେବେ ବିଶ୍ୱକପରେ ହାରିବୁ ନାହିଁ । ଆଜି ନ ହେଲେ ୧୦ ବର୍ଷ ପରେ ନ ହେଲେ ୫୦ ବର୍ଷ ପରେ ମଧ୍ୟ ପାକିସ୍ତାନଠାରୁ ଆମେ ହାରିବୁ । ଯାହା ଗତକାଲିର ମ୍ୟାଚରେ ଦେଖିବାକୁ ମିଳିଥିଲା । ଭାରତ ଶୋଚନୀୟ ଭାବେ ପାକିସ୍ତାନଠାରୁ ହାରି ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଛି ।

hiranchal ad1
Leave A Reply

Your email address will not be published.

twenty − three =