ବୌଦ୍ଧ ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

0 85

ବୌଦ୍ଧ/ଜହ୍ନ ।ପଙ୍କ ,୨୧/୧୦: ପବିତ୍ର ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରା ଆଜି ବୌଦ୍ଧ ଜିଲ୍ଲା ବିଜେଡି ପକ୍ଷରୁ ମୁଣ୍ଡାପଡା ପଂଚାୟତ ଅନ୍ତର୍ଗତ କମିରା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା । ଏହି ଜନସମ୍ପର୍କ ପଦଯାତ୍ରାରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ପ୍ରଦିପ କୁମାର ଅମାତ, ବୌଦ୍ଧ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଂଜନ ନାୟକ, ବୌଦ୍ଧ ଏନ ଏ ସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ଅଶୋକ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟା ଉର୍ମିଳା ଝାଙ୍କର, କଳ୍ପନାରାଣୀ ସାହୁ, ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ସାମିଲ ହୋଇଥିଲେ । ଏହି ପଦଯାତ୍ରା କମିରାରୁ ବାହାରି ଦାମୋଦରପୁର ଦେଇ ପଦ୍ମନପୁର ହାଟପଦା ଠାରେ ପହଞ୍ଚିଥିଲା । ହାଟ ପଦା ପରିସରରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ, ପଂଚାୟତରାଜ ଓ ଜଳ ଯୋଗାଣ ତଥା ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗ ଦେଇ ବିଜୁ ଜନତା ଦଳର ୨୨ ବର୍ଷର ବିଭିନ୍ନ ଜନହିତକର ଯୋଜନା ସହିତ ମହିଳା ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଅଧିକାର ଦେବା ସହିତ ପ୍ରତି ଘରେ ଯେପରି ଶୁଦ୍ଧ ପାନୀୟ ଜଳ ଯୋଗାଣ ହେବ ସେଥିପାଇଁ ଗୁରୁତ୍ୱ ଦେଇଥିବା କହିଥିଲେ । ଏବଂ ପୂର୍ବ ଓଡ଼ିଶା ସହିତ ପଶ୍ଚିମ ଓଡିଶାକୁ ଯୋଡିବା ପାଇଁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି । ବୌଦ୍ଧ ଏନ ଏ ସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଂଜନ ନାଏକ, ଏନ ଏ ସି ଉପାଧ୍ୟକ୍ଷ ଶ୍ରୀମତୀ ସେଠୀ,୬ ନଂ ଜୋନ ସଭ୍ୟା କଳ୍ପନା ରାଣୀ ସାହୁ,୫ ନଂ ଜୋନ ସଭ୍ୟା ଉର୍ମିଳା ଝାଙ୍କର, ପଦ୍ମନପୁର ସରପଞ୍ଚ ସୌଦାମିନୀ ବାରିକ, ଲକ୍ଷ୍ମୀପ୍ରସାଦ ସରପଞ୍ଚ ଭାରତୀ ପୁରୋହିତ, ବ୍ରାହ୍ମଣୀପାଲି ସରପଞ୍ଚ ଅରୁଣ ବାଘ, ବଢିଗାଁ ସରପଞ୍ଚ ସିଦେ୍ଧଶ୍ୱର ପ୍ରଧାନ, ଆମ୍ବଝରୀ ସରପଞ୍ଚ ପ୍ରେମାନନ୍ଦ ବାଘ, ମୁଣ୍ଡାପଡା ପୂର୍ବତନ ସରପଞ୍ଚ ବିଦ୍ୟାଧର ସ୍ୱାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ପୂର୍ବତନ ବୌଦ୍ଧ ବ୍ଳକ ଉପାଧ୍ୟକ୍ଷ ମନରଞ୍ଜନ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପଦଯାତ୍ରାରେ ପୂର୍ବତନ ସରପଞ୍ଚ ଅକ୍ଷୟ କୁମାର ସ୍ୱାଇଁ, ଯୋଗେଶ୍ୱର ମହାକୁଳ, ପ୍ରଫୁଲ୍ଲ ପାଢ଼ୀ, ଦେବହରି ପ୍ରଧାନ, ପୂର୍ବତନ ସମିତିସଭ୍ୟ ପ୍ରଭାତ ପ୍ରଧାନ, ସଞ୍ଜୟ ପ୍ରଧାନ, ସୁଶୀଳ ଦୀପ, ଶିବ ବେହେରା, ବିକ୍ରମ ମହାନନ୍ଦିଆ, ସରୋଜ ପ୍ରଧାନ ଓ ବିଜୁ ଜନତା ଦଳର ମହିଳା ଓ ପୁରୁଷ ସାମିଲ ଥିଲେ । ନଭେମ୍ବର ୨ ତାରିଖରେ ଏହି ପଦଯାତ୍ରା ଉଦଯାପିତ ହେବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

eight + eleven =