ବୌଦ୍ଧ,୧୪/୫ – ବୌଦ୍ଧ ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ପୁଣ୍ୟଶ୍ଳୋକ ପଟ୍ଟନାୟକ (୫୭) ଆଜି କରୋନାରେ ପ୍ରାଣ ହରାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ତଳେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର ଠାରେ ଏକ ଘରୋଇ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତିି ହୋଇ ଥିଲେ । ସେ ଆଗରୁ ମଧୁମେହ ଓ ଉଚ୍ଚ଼ ରକ୍ତଚାପ ରୋଗରେ ପୀଡିତ ଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇ ଯାଇଥିବା ସୂଚନା ମିଳିଛି । ସେ ପ୍ରାୟ ଦେଢ ମାସ ହେବ ବୌଦ୍ଧ ମୃତ୍ତିକା ସଂରକ୍ଷଣ ବିଭାଗକୁ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇ ଆସିଥିଲେ । ତାଙ୍କର ବିୟୋଗରେ ମୃତ୍ତିକା ସଂରକ୍ଷଣ ବିଭାଗର ସମସ୍ତ କର୍ମଚାରୀ ଓ ତାଙ୍କ ସହ ସମ୍ପର୍କରେ ଆସିଥିବା ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।