କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତିକ ବାଲୁକାକଳା ମହୋତ୍ସବର ପ୍ରଥମ ପ୍ରସ୍ତୁତି ବୈଠକ

0 64

ପୁରୀ : କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତିକ ବାଲୁକାକଳା ମହୋତ୍ସବ ଲାଗି ପ୍ରଥମ ପ୍ରସୂତି ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ଯାତ୍ରୀ ନିବାସଠାରେ ଅନୁଷ୍ଠିତ ହୋଇଯାଇଛି ଏହି ପ୍ରସ୍ତୁତି ବୈଠକ । ଏହି ବୈଠକରେ ପୁରୀ ଜିଲ୍ଲା ପ୍ରଶାସନ ସହ ସମସ୍ତ ଅଧିକାରୀମାନେ ଯୋଗଦେଇଥିଲେ । କିପରି ଏହି ମହୋତ୍ସବ କୋଭିଡ୍‌ କଟକଣା ମଧ୍ୟରେ ଡିସେମ୍ବର ୧ ରୁ ୫ ତାରିଖ ତାରିଖ ମଧ୍ୟରେ ଶେଷ ହେବ ସେ ନେଇ ଆଲୋଚନା ହୋଇଥିଲା । କୋଣାର୍କ ମହୋତ୍ସବ ରେ କୋଭିଡ୍‌ କଟକଣା ମାନି ସମସ୍ତ ଅଧିକାରୀଙ୍କ ସହ ୬ ଶହ ପର୍ଯ୍ୟଟକଙ୍କୁ ନେଇ କରାଯିବ ମହୋତ୍ସବ । ଗତବର୍ଷ ପରି ମିନା ବଜାର, ଯାତ୍ରା ଦଳକୁ ବନ୍ଦ କରାଯାଇଛି । କୋଭିଡ୍‌ କଟକଣାକୁ ଆଖି ଆଗରେ ରଖି ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯିବ ବୋଲି ନିଷ୍ପତ୍ତି ହେଇଥିବା ବେଳେ ମୁକ୍ତାକାଶ ରଙ୍ଗମଞ୍ଚ ମଧ୍ୟକୁ ଅଧିକାରୀ ଓ ପର୍ଯ୍ୟଟକମାନେ ମାସ୍କ ସହିତ ସାନାଟାଇଜ୍‌ ଓ ସାମାଜିକ ଦୂରତା ଉପରେ ଦୁଷ୍ଟି ଦେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଚଳିଚ ବର୍ଷ ଚନ୍ଦ୍ରଭାଗା ବେଳାଭୂମିରେ ୩୦ଟି ବାଳୁକା କଳାର ଷ୍ଟଲ୍‌ କରାଯିବ । ଦେଶ ଓ ବିଦେଶ ପର୍ଯଟକମାନଙ୍କୁ ବାଧ୍ୟତାମୂଳକ କୋଭିଡ୍‌ ନିୟମରେ ବାଲୁକା କଳା ଦେଖିବାର ସୁଯୋଗ ପାଇବେ ।

hiranchal ad1
Leave A Reply

Your email address will not be published.

four × one =