ବଢିଲା କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ଦର

ନୂଆଦିଲ୍ଲୀ: ଦିଲ୍ଲୀରେ ଏଲପିଜି ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ପାଇଛି। ତୈଳ କମ୍ପାନୀଗୁଡିକ ଗୋଟିଏ ସିଲିଣ୍ଡରର ମୂଲ୍ୟ ୭ ଟଙ୍କା ବୃଦ୍ଧି କରିଛନ୍ତି। ତେବେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହାର ମୂଲ୍ୟ ଦୀର୍ଘ ସମୟ ଧରି ସ୍ଥିର ରହିଛି । ବର୍ତ୍ତମାନ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଅର୍ଥାତ୍‌ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧,୭୭୩ ରୁ ୧,୭୮୦ ଟଙ୍କାକୁ ବୃଦ୍ଧି ପାଇଛି।

କମର୍ସିଆଲ ଗ୍ୟାସ ସିଲିଣ୍ଡରରେ ବୃଦ୍ଧି ଜୁଲାଇ ୧ ତାରିଖରୁ କାର୍ଯ୍ୟକାରୀ ହେବ। ଏହାପୂର୍ବରୁ ଜୁନରେ କମର୍ସିଆଲ ଗ୍ୟାସର ମୂଲ୍ୟ ବୃଦ୍ଧି କରାଯାଇଥିଲା, କିନ୍ତୁ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା। ବର୍ତ୍ତମାନ ମୁମ୍ବାଇରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୭୩୩.୫୦ ଟଙ୍କା, ଯାହା ଜୁନ ମାସରେ ୧୭୨୫ ଟଙ୍କା ଥିଲା ।

Comments (0)
Add Comment